ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୧ ରେ ଦିଲ୍ଲୀ, ଚଣ୍ଡୀଗଡ଼, ଗୁରୁଗ୍ରାମ, ଲକ୍ଷ୍ନୌ, ଅହମ୍ମଦାବାଦ, ଜାମନଗର, ଗାନ୍ଧିନଗର, କୋଲକାତା, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, କୋଲକାତା, ଚେନ୍ନାଇ ଓ ବେଙ୍ଗାଳୁରୁରେ ଏହି ସେବାର ଶୁଭାରମ୍ଭ ହୋଇଥିଲା । ତେବେ ୫G ଆସିବା ଦ୍ବାରା କଣ ସବୁ ପରିବର୍ତ୍ତନ ଆସିବ ଆସନ୍ତୁ ନଜର ପକାଇବା । ୫G ଏକ ୱାୟରଲେସ୍ ବ୍ରଡବ୍ୟାଣ୍ଡ ସେବା । ଏହା ପ୍ରଚଳିତ ହେବା ପରେ ୟୁଜର ସ୍ପିଡ୍ ଇଣ୍ଟରନେଟ୍ ବ୍ୟବହାର କରିପାରିବେ ।
ଭିଡିଓ ଗେମିଂ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିବ । ୟୁଟ୍ୟୁବରେ ଭିଡିଓ ବିନା ବଫରିଙ୍ଗରେ ଚାଲିବ । ୧୦-୨୦ ସେକେଣ୍ଡ ମଧ୍ୟରେ ଫିଲ୍ମ ଡାଉନଲୋଡ୍ ହେବ । ସେହିପରି ୪G ଏବଂ ୫G ମଧ୍ୟରେ ତୁଳନା କଲେ ଇଣ୍ଟରନେଟ୍ ସ୍ପିଡ ଠାରୁ ଡାଟା ଟ୍ରାନ୍ସଫରରେ ଆକାଶ ପାତାଳର ଫରକ ଆସିବ । ୪Gରେ ଅଡିଓ/ଭିଡିଓ ଲସ୍ ହେଉଥିବା ବେଳେ ୫Gରେ ବଫରିଙ୍ଗର ପ୍ରଶ୍ନ ନାହିଁ ।
ସେହିପରି ୪Gରେ ୧ ବର୍ଗ କିମିରେ ୪ ହଜାର ଡିଭାଇସ ଯୋଡ଼ା ହେଉଥିବା ବେଳେ ୫Gରେ ୧ ବର୍ଗ କିମିରେ ୧୦ ଲକ୍ଷ ଡିଭାଇସ ଡିଭାଇସ୍ ହୋଇପାରିବ । ଯେଉଁଥି ପାଇଁ ବିକାଶର ରାସ୍ତାରେ ଭାରତର ସ୍ପିଡ୍ ନନଷ୍ଟପ ହେବା ନିଶ୍ଚିତ। ଭାରତରେ ଆସିଥିବା ଡିଜିଟାଲ କ୍ରାନ୍ତି ପଛରେ ମୋଦି ସରକାରର ବଡ଼ ଭୂମିକା ରହିଛି । ଏବେ ୫G ଲଞ୍ଚ ପରେ ଦେଶ ନା କେବଳ ଆତ୍ମନିର୍ଭରତା କ୍ଷେତ୍ରରେ ବରଂ ବିଶ୍ବଗୁରୁ ହେବା ଦିଗରେ ବିରାଟ ପାଦ ବଢ଼ାଇଛି ।