ଏହି ଘଟଣା ପାଇଁ ବିରୋଧି ଦଳ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଦାୟୀ କରିଛି । ମହାଗଠବନ୍ଧନ ସରକାର ଯୋଗୁ ବିହାରରେ ଜଙ୍ଗଲରାଜ ଫେରିଥିବା ଭାଜପା କହିଛି। କର୍ତ୍ତବ୍ୟରେ ଅବହେଳା ପାଇଁ ବୁଧବାର ବେଗୁସରାଇର ୭ ପୋଲିସ୍ ଅଫିସରଙ୍କୁ ନିଳମ୍ବନ କରାଯାଇଛି। ତେବେ ସନ୍ଧିଗ୍ଧ ଙ୍କ ସମ୍ପର୍କରେ ସୂଚନା ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରାଯାଇଛି।
୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ବିହାରର ବେଗୁସରାଇରେ ଯୁବକଙ୍କ ଆତଙ୍କ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଦୁଇ ଦୁର୍ବୃତ୍ତ ରାସ୍ତା ଉପରେ ଚାଲୁଥିବା ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଆତଙ୍କ ଖେଳାଇଦେଇଥିଲେ।
ଭାରତ ଖବର ଆହୁରି ପଢ଼ନ୍ତୁ ।