ସେହିପରି ଗ୍ରାମୀ ଆଓ୍ବାର୍ଡରେ ପ୍ରତ୍ୟେକଥର ପରି ବିୟୋନ୍ସେ ମଧ୍ୟ ଏଥର ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେ ଗ୍ରାମୀ ଇତିହାସରେ ସର୍ବାଧିକ ପୁରସ୍କାର ପ୍ରାପ୍ତ ଗାୟକ ହୋଇଥିଲେ। ସଙ୍ଗୀତ ଦୁନିଆରେ ବିୟୋନ୍ସେଙ୍କର ଏକ ବଡ଼ ନାମ ଏବଂ ସେ ନିଜ କ୍ୟାରିୟରରେ ଅନେକ ପୁରସ୍କାର ଜିତିଛନ୍ତି। ସଙ୍ଗୀତ ସହିତ ଜଡ଼ିତ ସର୍ବବୃହତ୍ତ ପୁରସ୍କାର ଶୋ’ରେ ସର୍ବାଧିକ ପୁରସ୍କାର ଜିତିବାର ରେକର୍ଡ ସୃଷ୍ଟି କରିଥିବା ହେତୁ ତାଙ୍କ ପ୍ରତିଭାକୁ ଆକଳନ କରାଯାଇପାରିବ। ସେ ୩୦ଟି ପୁରସ୍କାର ଜିତିଥିବା ସର ଜର୍ଜ ସୋଲ୍ଟିଙ୍କୁ ପଛରେ ପକାଇଥିଲେ। ଆଓ୍ବାର୍ଡ ଶୋ’ରେ ବିୟୋନ୍ସେ ଏକ ଲଙ୍ଗ ଓ୍ବେଷ୍ଟନ୍ନ ଗାଉନରେ ନଜର ଆସିଥିଲେ। ଏବଂ ଖୁବ ସୁନ୍ଦର ଦିଶୁଥିଲେ।
ଏହି ବିଶେଷ ମୂହୁର୍ତ୍ତରେ ବିୟୋନ୍ସେ ନିଜ ଖୁସି ବ୍ୟକ୍ତ କରିଥିଲେ। ସେ, କହିଥିଲେ ଆଜି ରାତିକୁ ମୁଁ ହାସଲ କରିଛି। ୪୧ବର୍ଷ ବୟସରେ ବିୟୋନ୍ସେ ଏହି ସଫଳତା ହାସଲ କରିଥିଲେ। ସେ ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ମୋଟ ୮୮ ନୋମିନେସନ ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ସେ ୩୨ଟି ପୁରସ୍କାର ଜିତିଛନ୍ତି।