ଏହି ଘଟଣାଟି ଗତ ସେପ୍ଟେମ୍ବର 17 ତାରିଖର । କିଛି ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା ଯେ ଜର୍ମାନୀର ଫ୍ରାଙ୍କଫର୍ଟ ବିମାନ ବନ୍ଦରରେ ଲୁଫଥାଂସା ଏୟାରଲାଇନ୍ସର ବିମାନରୁ ପଂଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ତଳକୁ ଓହ୍ଲାଇ ଦିଆଯାଇଥିଲା । ଏହି ବିମାନରେ ବସିଥିବା ପାସେଂଜର ମାନେ କହିଥିଲେ ଯେ ଭଗବନ୍ତ ମାନ୍ ନିଶାରେ ଚୁର ଥିଲେ ।
ପଂଜାବର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ଏ ସମ୍ପର୍କରେ ଟ୍ୱିଟଚ କରି କହିଛନ୍ତି ଯେ ଏହି ବିମାନରେ ସହଯାତ୍ରୀ ଥିବା ଲୋକ ମାନେ ଗଣମାଧ୍ୟମକୁ ଯାହା କହିଛନ୍ତି ତାହା ଉଦବେଗଜନକ ।ପଂଜାବର ମୁଖ୍ୟମନ୍ତ୍ରୀ ମାନ୍ ଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା, କାରଣ ସେ ନିଶାଗ୍ରସ୍ତ ଥିଲେ । ତାଙ୍କ କାରଣରିୁ ଫ୍ଲାଇଟ 4 ଘଂଟା ବିଳମ୍ବରେ ଯାତ୍ରା ଆରମ୍ଭ କରିଥିଲେ ।
ତେବେ ଆମ ଆଦମୀ ପାର୍ଟି ଏହାକୁ ଖଣ୍ଡନ କରିଛି । ଆମ ଆଦମୀ ପାର୍ଟିର ମିଡିଆ କମ୍ୟୁନିକେସନ ନିର୍ଦେଶକ ଚନ୍ଦର ଡୋଗରା କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଠିକ୍ ନ ଥିଲା । ତେଣୁ ସେ 17 ବଦଳରେ 18 ତାରିଖ ଦିନ ଦିଲ୍ଲୀ ଫେରିଥିଲେ । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମିଡିଆ ପ୍ରଭାରୀ ନବନୀତ ବାଧୱା ମଧ୍ୟ ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ଏସବୁ ବାଜେ କଥା । ମୁଖ୍ୟମନ୍ତ୍ରୀଙ୍କ ଜର୍ମାନୀ ଗସ୍ତ କାର୍ଯ୍ୟକ୍ରମ ଅନୁସାରେ ତାଙ୍କୁ ସେପ୍ଟେମ୍ବର 18 ତାରିଖ ଦିନ ଜର୍ମାନୀରେ ରହିବାର ଥିଲା ।
ହେଲେ ବିମାନର ଯାତ୍ରୀ ମାନଙ୍କ କହିବା କଥା ହେଲା ଯେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏତେ ମାତ୍ରାରେ ମଦ୍ୟପାନ କରିଥିଲେ ଯେ ସେ ଠିକ୍ ଭାବେ ଚାଲି ପାରୁ ନ ଥିଲେ । ତାଙ୍କର ସ୍ତ୍ରୀ ଓ ସୁରକ୍ଷାକର୍ମୀ ତାଙ୍କୁ ସମ୍ଭାଳୁଥିଲେ । ତେଣୁ ସୁରକ୍ଷା କଥା କହି ତାଙ୍କୁ ତଳକୁ ପଠାଇ ଦିଆଯାଇଥିଲା । କାରଣ ବିମାନର କର୍ମଚାରୀ ମାନେ କୌଣସି ପ୍ରକାର ରିସ୍କ ନେବାକୁ ଚାହିଁ ନଥିଲେ । ଅନ୍ୟ ଜଣେ ଯାତ୍ରୀ କହିଛନ୍ତି ଯେ ମାନ୍ ଙ୍କ କାରଣରୁ ତାଙ୍କର ବିମାନ ଚାରିଘଂଟା ବିଳମ୍ବ ହୋଇଥିଲା ।
ବିଦେଶ ଖବର ଆହୁରି ପଢନ୍ତୁ ।