ଆୟୋଜିତ କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟି ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ ଓ ଅନ୍ୟ ପ୍ରମୁଖ ନେତାମାନେ ଯୋଗଦେବେ । ଶପଥଗ୍ରହଣ ସମାରୋହରେ ଯୋଗଦେବା ଲାଗି ରାଜ୍ୟବାସୀଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ମନ୍ । ଭଗବତ ମାନ୍ ତାଙ୍କ ଶପଥ ଗ୍ରହଣ ପାଇଁ ଡ୍ରେସ୍ କୋଡ୍ ଘୋଷଣା କରିଛନ୍ତି । ଏଥିରେ ପୁରୁଷମାନେ ହଳଦିଆ ପଗଡି ପିନ୍ଧିବା ପାଇଁ ଏବଂ ମହିଳାମାନେ ହଳଦିଆ ଶାଢୀ ପିନ୍ଧିବା ପାଇଁ ଅପିଲ୍ କରିଛନ୍ତି। କେବଳ ସେତିକି ନୁହେଁ, ସ୍ଥାନଟିର ପେଣ୍ଡାଲକୁ ମଧ୍ୟ ହଳଦିଆ ରଙ୍ଗରେ ସଜାଯାଇଛି ।
ଏହି ସମାରୋହରେ ଏକ ଲକ୍ଷରୁ ଅଧିକ ଲୋକ ଏକାଠି ହେବେ ବୋଲି ଆଶା କରାଯାଉଛି। ଏଣୁ ସମାରୋହରେ ପ୍ରାୟ ୩ ଲକ୍ଷ ଲୋକ ଯୋଗଦେବେ ବୋଲି ପ୍ରଶାସନ ଅନୁମାନ କରିଛି । ପ୍ରାୟ ୮ରୁ ୧୦ ହଜାର ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ଆଜି ପାଇଁ ପଞ୍ଜାବରେ ସ୍କୁଲ କଲେଜ ଛୁଟି ରଖିବାକୁ କୁହାଯାଇଛି।