ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଝିଅ ସିରତ୍ କୌର ମାନଙ୍କୁ ଖଲିସ୍ତାନୀ ସଙ୍ଗଠନ ପକ୍ଷରୁ ଧମକ ମିଳିଛି। ଯାହାକୁ ନେଇ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ବୈଦେଶିକ ମନ୍ତ୍ରାଳୟକୁ ସୁରକ୍ଷା ମାଗିଛନ୍ତି। ବୁଧବାର ଏ ନେଇ ସ୍ବାତୀ ମନ୍ତ୍ରଣାଳୟକୁ ଜଣାଇ ତୁରନ୍ତ ସହାୟତା ଭିକ୍ଷା କରିଛନ୍ତି।
କିଛିଦିନ ତଳେ ଖବରର ସିରୋନାମା ପାଲଟିଥିବା ପଳାତକ ଅମୃତପାଲ ସିଂ ଏ ଯାଏଁ ଧରାପଡିନି। ଖଲିସ୍ତାନୀ ସମର୍ଥକ ଏହି ବିଛିନ୍ନତାବାଦୀ ନେତା ଭାରତରେ ବେଶ ବୁଲାଇ ବୁଲୁଥିବା କଥା ଶୁଣିବାକୁ ମିଳିଥିଲା। ଏମିତିକି ତାଙ୍କ ବିରୋଧରେ ପଞ୍ଜାବ ପୁଲିସ ନେଇଥିବା କାର୍ଯ୍ୟାନୁଷ୍ଠାନକୁ ଦେଖି କ୍ରୋଧିତ ହୋଇଛି ଖଲିସ୍ତାନୀ ସଙ୍ଗଠନ। ଯାହାର ଫଳସ୍ବରୂପ ଏହି ମାନଙ୍କ ଝିଅ ସିରତଙ୍କ ପାଖକୁ ଧମକ ଭରା ଫୋନକଲ୍ ଆସିଛି। ସେମାନେ ଏବେ ସାମୟିକ ଭାବେ ଆମେରିକାରେ ରହୁଛନ୍ତି।
Read reports of Punjab CM Shri @BhagwantMann’s daughter receiving death threats in the USA. It is an act of extreme cowardice. I appeal to the @IndianEmbassyUS to ensure her safety. — Swati Maliwal (@SwatiJaiHind) March 31, 2023
ଏହି ଖବର ଜାଣିବା ପରେ ସ୍ବାତୀ ନିଜ ଟୁଇଟର ହ୍ୟାଣ୍ଡେଲରେ ଏ ଖବରଟିକୁ ସାର୍ବଜନୀନ କରିଥିଲେ। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଝିଅଙ୍କୁ ଆମେରିକାରେ ହତ୍ୟା କରିବା ପାଇଁ ଧମକ ମିଳିଥିବା ଖବର ଦେଇଥିଲେ। ତେଣୁ ସେ ଆମେରିକାସ୍ଥିତ ଭାରତୀୟ ଦୂତାବାସକୁ ସୁରକ୍ଷା ପାଇଁ ନିବେଦନ ମଧ୍ୟ କରିଥିଲେ।