ଅର୍ଗସ ବ୍ୟୁରୋ: ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଛି। ସେ ଶୁକ୍ରବାର ଦିନ 80 ବର୍ଷ ବୟସରେ ଦିଲ୍ଲୀରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆପୋଲୋ ହସ୍ପିଟାଲରେ ମଧ୍ୟାହ୍ନ ପ୍ରାୟ 12 ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ତିନିମାସ ଧରି ଅସୁସ୍ଥ ଥିଲେ।
ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି ଯେ, 'ଲୋକପ୍ରିୟ ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲ ଜୀଙ୍କର ଦେହାନ୍ତ ଖବର ଅତ୍ୟନ୍ତ ଦୁଖଦାୟକ। ସେ ନିଜର ଜୀବନ୍ତ ସ୍ୱର ସହିତ ଭଜନ ଜଗତରେ ପ୍ରସିଦ୍ଧି ଲାଭ କରିଥିଲେ। ଏହି ଶୋକ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ସେ ସମବେଦନା ଜଣାଇଛନ୍ତି।
ସଙ୍ଗୀତ ତାରକା ତଥା ଅନ୍ୟ ସେଲିବ୍ରିଟିମାନେ ନରେନ୍ଦ୍ର ଚଞ୍ଚଲଙ୍କୁ ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡାଲର ମେହେନ୍ଦୀ ଲେଖିଛନ୍ତି, "ଏହା ଜାଣିବା ଅତ୍ୟନ୍ତ ଦୁଖଃଦାୟକ ଯେ ବିଶିଷ୍ଟ ତଥା ଅତି ପ୍ରିୟ ନରେନ୍ଦ୍ର ଚଞ୍ଚଲ ଆମକୁ ଚାଲି ଯାଇଛନ୍ତି। ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତୁ। ଏହି ଦୁଖ ସମୟରେ ତାଙ୍କ ପରିବାର ଏବଂ ମୁଁ ପ୍ରଶଂସକଙ୍କ ସହ ଅଛି।
ପୂର୍ବତନ କ୍ରିକେଟର ହରଭଜନ ସିଂ ଲେଖିଛନ୍ତି, "ଏହା ଜାଣିବା ଅତ୍ୟନ୍ତ ଦୁଖଦାୟକ ଯେ ଆଇକନିକ ତଥା ସବୁଠାରୁ ପ୍ରିୟ ନରେନ୍ଦ୍ର ଚଞ୍ଚଲ ଆମ ସହ ନାହାଁନ୍ତି। ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରି ତାଙ୍କ ପରିବାରକୁ ହୃଦୟରୁ ସମବେଦନା ଜଣାଉଛି।"
ଜାଗରଣ ଗୀତ ପାଇଁ ସେ ଜଣାଶୁଣା ଥିଲେ। ସେ ଚଲୋ ବୁଲାବା ଆୟା ହେ ପରି ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି।