ଗତ ସପ୍ତାହରେ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ରବିବାର ତାଙ୍କୁ ଭେଣ୍ଟିଲେଟର ସହାୟତା ଦିଆଯାଇଥିଲା। ସୋମବାର ଷ୍ଟାନ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ଏଠି କହିରଖୁଛୁ ଯେ, ଷ୍ଟାନଙ୍କ ଜାମିନ ଆବେଦନ ଆଜି ଶୁଣାଣି ହେବାର ଥିଲା।
ସୂଚନାଯୋଗ୍ୟ, ଭୀମା କୋରେଗାଓଁ ଦଙ୍ଗା ଘଟଣାରେ ଏନଆଇଏ ଷ୍ଟନ ସ୍ୱାମୀଙ୍କୁ ତାଙ୍କ ଘର ଝାରଖଣ୍ଡରୁ ଗିରଫ କରିଥିଲା। ସେବେଠାରୁ ସେ ତଲୋଜା ଜେଲ୍ରେ ବନ୍ଦୀ ହୋଇ ରହିଥିଲେ।