ମୁଖ୍ୟମନ୍ତ୍ରୀ ଭାବେ ପଟେଲ୍ଙ୍କ ନାମ ପ୍ରସ୍ତାବ ଦେଇଥିଲେ କନୁଭାଇ ଦେଶାଇ । ତାଙ୍କ ପ୍ରସ୍ତାବକୁ ବିଧାୟକମାନେ ନିର୍ବିବାଦରେ ସମ୍ମତି ଦେଇଥିଲେ । ସୋମବାର ଦିନ ଭୂପେନ୍ଦ୍ର ପଟେଲ୍ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ସେଦିନ ୨୦ଜଣ କ୍ୟାବିନେଟ୍ ମନ୍ତ୍ରୀ ମଧ୍ୟ ଶପଥ ନେଇ ତହିଁ ଆରଦିନ କାର୍ଯ୍ୟ ଆରମ୍ଭ କରିବେ । ବିଧାୟକ ଅଳ୍ପେଶ ଠାକୋର ଏବଂ ହାର୍ଦ୍ଦିକ ପଟେଲ୍ଙ୍କୁ କ୍ୟାବିନେଟ୍ରେ ସ୍ଥାନ ମିଳିପାରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ଉକ୍ତ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ।
ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ପଟେଲ୍ଙ୍କୁ ଚୟନ କଲେ ଗୁଜରାଟ ବିଜେପି ବିଧାୟକ
Download Argus News App
