Bhakti: Bhabare Bhagabata | EP - 223 | Argus News
ଅବସର ପରେ ମର୍ଚ୍ଚାଣ୍ଟ ନାଭିରେ ମିଳିବ ନିଯୁକ୍ତି ସୁଯୋଗ

ଅର୍ଗସ ବ୍ୟୁରୋ : ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ଏବଂ ଜଳପଥ ମନ୍ତ୍ରଣାଳୟ ତରଫରୁ ବଡ଼ ଘୋଷଣା । ଅବସର ପରେ ମର୍ଚ୍ଚାଣ୍ଟ ନାଭିରେ ମିଳିବ ନିଯୁକ୍ତି ସୁଯୋଗ । ଆଜି ମନ୍ତ୍ରଣାଳୟ ତରଫରୁ ଏହି ବଡ଼ ଘୋଷଣା କରାଯାଇଛି । ମନ୍ତ୍ରଣାଳୟ ଅଧିନରେ ୬ ପ୍ରକାରର ଗୁରୁତ୍ବପୂର୍ଣ୍ଣ ସେବା କ୍ଷେତ୍ରରେ ନିଯୁକ୍ତି ସୁଯୋଗ ମିଳିବ ଅବସରପ୍ରାପ୍ତ ଅଗ୍ନିବୀରଙ୍କୁ । ଏଥିପାଇଁ ବୈଷୟିକ ଓ ଅଣ-ବୈଷୟିକ ବିଭାଗରେ ସ୍ବତନ୍ତ୍ର ତାଲିମର ମଧ୍ୟ ବ୍ୟବସ୍ଥା କରାଯିବ । ତାଲିମର ପ୍ରମାଣ ପତ୍ର ମଧ୍ୟ ଦିଆଯିବ । ଜଣେ ଚାହିଁଲେ ସେହି ପ୍ରମାଣପତ୍ର ବଳରେ ବିଶ୍ବର ଯେ କୌଣସି ମର୍ଚ୍ଚାଣ୍ଟ ନାଭି ସଂସ୍ଥାରେ ଆକର୍ଷଣୀୟ ଦରମାରେ ନିଯୁକ୍ତି ପାଇପାରିବେ । ଅଗ୍ନିପଥ ଯୋଜନାରେ ଯାଉଁମାନେ ଭାରତୀୟ ନୌସେନାରେ ଯୋଗ ଦେବେ ସେହି ମାନଙ୍କୁ ମିଳିବ ଏହି ସୁଯୋଗ ।
ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଅର୍ଗସ ବ୍ୟୁରୋ : ହାଇଦ୍ରାବାଦର ଇଂଲିଶ ଆଣ୍ଡ୍ ଫରେନ୍ ଲାଙ୍ଗୁଏଜସ ୟୂନିଭର୍ସିଟିରେ ଏକ ସ୍ପୋଟ୍ସ କମ୍ପ୍ଲେକ୍ସ ସହ ଅଡ଼ିଟୋରିୟମ୍ ଏବଂ ମୁକ୍ତାକାଶ ଆମ୍ପି ଥିଏଟର୍ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହା ସହିତ କେନ୍ଦ୍ରମନ୍ତ୍ରୀଙ୍କ ଦ୍ବାରା ସେହି ୟୂନିଭର୍ସିଟିରେ ଓପନ୍ ଲର୍ଣ୍ଣିଂ ରିସୋର୍ସ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି
Download Argus News App
