ଅଧିକ ପଢନ୍ତୁ ଭାରତ ଖବର
ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ସବୁ ବଡ ବଡ ଖାଦ୍ୟ ଉତ୍ପାଦକ ଦେଶ, ଯେଭଳି ଚୀନ, ଆମେରିକା, ବ୍ରାଜିଲ, ଋଷ, ଆର୍ଜେଣ୍ଟିନା ଭଳି ଦେଶରେ ସେମାନଙ୍କର ବାର୍ଷିକ ଉତ୍ପାଦନ ଠାରୁ ଅଧିକ ସଂରକ୍ଷଣ କ୍ଷମତା ରହିଛି । ଏହି ଯୋଜନା ପାଇଁ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ଆନ୍ତଃମନ୍ତ୍ରଣାଳୟ କମିଟି ଗଠନ କରାଯିବ । ଏହି ଯୋଜନା ଆରମ୍ଭ କରିବା ପାଇଁ ପ୍ରାୟ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ପ୍ରଥମ ୧୦ଟି ଜିଲ୍ଲାରେ ଏହି ଯୋଜନା କାର୍ଯ୍ୟକାରୀ ହେବ ।
ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷ ମଧ୍ୟରେ ଖାଦ୍ୟଶସ୍ୟର ଭଣ୍ଡାରଣ କ୍ଷମତା ୨୧୫୦ ଲକ୍ଷ ଟନକୁ ବୃଦ୍ଧି କରାଯିବ । ଏହା ଅଧୀନରେ ପ୍ରତି ବ୍ଲକରେ ୨୦୦୦ ଟନ୍ କ୍ଷମତାର ଗୋଦାମ ନିର୍ମାଣ କରାଯିବ । ସଂରକ୍ଷଣ ସୁବିଧା ଅଭାବରୁ ଶସ୍ୟକୁ କ୍ଷତିରୁ ରକ୍ଷା କରିବା ଏହି ଯୋଜନାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ମେ’୩୧ ତାରିଖରେ ବସିଥିବା କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଖାଦ୍ୟ ସଂରକ୍ଷଣ ଯୋଜନାକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ କେନ୍ଦ୍ର ସରକାର ୧ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛନ୍ତି ।