ଆସନ୍ତା ଶୁକ୍ରବାର ଠାରୁ ଆରମ୍ଭ ହେବ ବାଂଲାଦେଶ-ଭାରତ ଦିନିକିଆ ସିରିଜ୍ । ୩ଟି ଓ୍ବାନଡେ ସହିତ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ହେଲେ ଏହା ପୂର୍ବରୁ ଭାରତୀୟ ଦଳ ପାଇଁ ସମସ୍ୟା ବଢିଛି । ଟିମ୍ରୁ ବାହାର ହୋଇଯାଇଛନ୍ତି ପେସ୍ ବୋଲର ମହମ୍ମଦ ସାମି । ହାତରେ ଆହାତ ଯୋଗୁ ଟିମରୁ ବାଦ୍ ପଡ଼ିଛନ୍ତି ଏହି ଅନୁଭବୀ ବୋଲର । ମହମ୍ମଦ ସାମି ଉଭୟ ଓ୍ବାନଡେ ଓ ଟେଷ୍ଟ ଟିମରୁ ବାହାର ହୋଇଯାଇଛନ୍ତି । ସେପଟେ ସାମିଙ୍କ ସ୍ଥାନରେ ଦ୍ରୁତ ବୋଲର ଉମ୍ରାନ ମଲ୍ଲିକଙ୍କୁ ସୁଯୋଗ ଦେଇଛି ବିସିସିଆଇ । ସାମି ବର୍ତ୍ତମାନ ଏନସିଏରେ ବିସିସିଆଇର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।
ବାଂଲାଦେଶ ବିରୋଧରେ ଡିସେମ୍ବର ୪ତାରିଖରେ ଢାକାରେ ଖେଳାଯିବ ପ୍ରଥମ ଓ୍ବାନଡେ ମ୍ୟାଚ୍ । ୭ତାରିଖରେ ଦ୍ବିତୀୟ ମ୍ୟାଚ୍ ଓ ୧୦ରେ ତୃତୀୟ ଦିନିକିଆ ଖେଳାଯିବ । ଏହା ପରେ ଡିସେମ୍ବର ୧୪ତାରିଖରୁ ଆରମ୍ଭ ହେବ ପ୍ରଥମ ଟେଷ୍ଟ । ସେହିପରି ୨୨ ତାରିଖରୁ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ । ସାମି ନ ଖେଳିବା ଏହା ଭାରତୀୟ ଦଳ ପାଇଁ ଏକ ବଡ଼ ଝଟକା।