14 ଶହ 63 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ବିହାରର ଜନତା । ସୁରକ୍ଷା ଦୃଷ୍ଟିରୁ ଭୋଟିଂ ହେବାକୁ ଥିବା ସମସ୍ତ ବିଧାନସଭା କ୍ଷେତ୍ରରେ 144 ଧାରା ଲାଗୁ ହୋଇଛି । କୌଣସି ସାର୍ବଜନୀନ ସ୍ଥାନରେ 4ରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ଲାଗିଛି ।
ପାଟନାର ସବୁ ସୀମାକୁ ସିଲ କରାଯାଇଛି । ରାଜରାସ୍ତାରେ ପୋଲିସ କରୁଛି ଫ୍ଲାଗମାର୍ଚ୍ଚ । ଦ୍ୱିତୀୟ ପର୍ଯ୍ୟାୟରେ ସାରଣରେ 10, ପାଟନାର 9, ନାଳନ୍ଦାର 7, ବେଗୁସରାୟର 7 ସିଟ ପାଇଁ ମତଦାନ । 28 ଅକ୍ଟୋବରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ 71 ସିଟ ପାଇଁ ହୋଇଥିଲା ଭୋଟିଂ ।