ସେ କହିଛନ୍ତି ଯେ ରାଜ୍ୟରେ ପୁଣି ଥରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି। ମହାମେଣ୍ଟକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏମାନଙ୍କୁ ଭାରତ ମାତା କି ଜୟ ଓ ଜୟ ଶ୍ରୀ ରାମ କହିବା ଲୋକଙ୍କଠାରୁ ଅସୁବିଧା ଅଛି। ବର୍ତ୍ତମାନ ଏହିପରି ଲୋକମାନେ ଏକତ୍ରିତ ହୋଇ ଭୋଟ୍ ମାଗିଛନ୍ତି। ଏମାନଙ୍କୁ ଏକ ଉପଯୁକ୍ତ ଉତ୍ତର ଦେବା ନିମନ୍ତେ ସେ କହିଛନ୍ତି। ବିହାରର ଲୋକଙ୍କୁ ଜଙ୍ଗଲରାଜର ଇତିହାସ ସ୍ରଷ୍ଟାଙ୍କ ଠାରୁ ସତର୍କ ରହିବାକୁ ପଡିବ ବୋଲି ସେ କହିଛନ୍ତି। ସେମାନେ କେବଳ ନିଜ ପରିବାରର କଥା କୁହନ୍ତି। ଏହି ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ ଆଗକୁ ବଢୁଛି ସେ କହିଛନ୍ତି ଯେ ନୀତୀଶ କୁମାରଙ୍କ ନେତୃତ୍ୱରେ ଆତ୍ମନିର୍ଭରଶୀଳ ବିହାରର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଆଜି ବିହାର ଅରାଜଗତାକୁ ପଛରେ ପକାଇଛି ବୋଲି ମୋଦି କହିଥିଲେ।
ଜଙ୍ଗଲରାଜର ଇତିହାସ ସ୍ରଷ୍ଟାଙ୍କ ଠାରୁ ସତର୍କ ରୁହନ୍ତୁ ବିହାରବାସୀ- ମୋଦି

ବିହାର: ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ପାଇଁ ମତଦାନ ଚାଲିଛି। ଏଥି ସହିତ ତୃତୀୟ ତଥା ଶେଷ ପର୍ଯ୍ୟାୟ ପାଇଁ ରାଜନୈତିକ ଦଳ ପ୍ରସ୍ତୁତ ହୋଇଛନ୍ତି। ଏହି ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଅରରିୟା ଏବଂ ସହରସାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି।
Download Argus News App
