ସ୍ଥାନୀୟ ପୋଲିସ୍ ଏସପିଙ୍କ କହିବା ଅନୁସାରେ, ଦୁଇ ଦୁର୍ବୃତ୍ତ ଜାତୀୟ ରାଜପଥ ୩୧ ଓ ୨୮ରେ ପ୍ରାୟ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତେଘରା ଉପଖଣ୍ଡର ୨୮ ନମ୍ବର ଜାତୀୟ ରାଜପଥର ୩ଟି ସ୍ଥାନରେ ଗୁଳିମାଡ଼ ହୋଇଛି । ଦୁର୍ବୃତମାନେ ଗୋଟିଏ ପରେ ଗୋଟିଏ କରି ପ୍ରାୟ ୪ଟି ଘଟଣା ଘଟାଇଛନ୍ତି। ୨୮ ନମ୍ବର ଜାତୀୟ ରାଜପଥରେ ଚନ୍ଦନ କୁମାର ନାମକ ଜଣେ ଯୁବକଙ୍କ ଏହି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି।
ଘଟଣା ପରେ ବିହାରକୁ ଜଙ୍ଗଲରାଜ ଫେରିଥିବା କହି ନୀତୀଶ ସରକାରକୁ ଫେରିଛି ବିଜେପି। ବିଜେପି ରାଜ୍ୟସଭା ସାଂସଦ ଓ ବରିଷ୍ଠ ନେତା ସୁଶୀଲ ମୋଦୀ କହିଛନ୍ତି, ବିହାର ଇତିହାସରେ ପ୍ରଥମଥର ପାଇଁ ଏଭଳି ଘଟଣା ଘଟିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।