ବାହାରୁ ଆସୁଥିବା ଲୋକଙ୍କ ପାଇଁ ଗୟା ଜିଲ୍ଲା ପ୍ରଶାସନ କରୋନା ପରୀକ୍ଷା ବାଧ୍ୟତାମୂଳକ କରିଛି। ଏହା ସହିତ ଲୋକଙ୍କ ଆଗମନ ଉପରେ ମଧ୍ୟ ଏକ ପ୍ରତିବନ୍ଧକ ଲଗାଯାଇଛି। ତେବେ ଯେଉଁମାନେ ସୀମିତ ସଂଖ୍ୟକ ଭାବେ ଆସଛନ୍ତି ସେମାନେ ପିଣ୍ଡଦାନ କରିପାରିବେ। ପ୍ରଶାସନ କହିଛି ଯେ, ଯେଉଁମାନେ କରୋନା ଟିକା ପାଇ ନାହାଁନ୍ତି ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବ।
ଗୟାରେ ପିଣ୍ଡଦାନ ଉପରେ ଲାଗିଲା ରୋକ

ନୂଆଦିଲ୍ଲୀ: ବିହାରରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏକ ବଡ ନିଷ୍ପତ୍ତି ନିଆଯାଇଛି। ଗୟାଠାରେ ଅନୁଷ୍ଠିତ ହେବାକୁ ଥିବା ପିତୃପକ୍ଷ ମେଳା ଆୟୋଜନକୁ ପ୍ରଶାସନ ନିଷେଧ କରିଛି। ଗତ ବର୍ଷ ମଧ୍ୟ ମେଳା ଆୟୋଜିତ ହୋଇନଥିଲା। ଏହା ସହିତ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କୁ ଏଥିରୁ ନିବୃତ୍ତ କରିବାକୁ ନିବେଦନ କରିଛି।
Download Argus News App
