ସୂଚନା ଅନୁଯାୟୀ, ଏହି ଭୟଙ୍କର ଦୁର୍ଘଟଣା ବୈଶାଳୀ ମହନାର-ହାଜିପୁର ରାଜ୍ୟ ରାଜପଥରେ ଘଟିଛି । ସୁଲତାନପୁର ଥାନା ଅନ୍ତର୍ଗତ ବ୍ରହ୍ମାସ୍ଥାନ ନିକଟରେ ଭୂଆଁ ବାବାଙ୍କ ପୂଜା ଚାଲୁଥିବାବେଳେ ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ଲୋକଙ୍କ ଉପରେ ମାଡ଼ିଯାଇଥିଲା । ମୃତକଙ୍କ ମଧ୍ୟରେ ଛୋଟ ପିଲା ଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାରେ ମୃତାହତ ନେଇ ପ୍ରଶାସନ ପକ୍ଷରୁ କୌଣସି ସଠିକ୍ ସୂଚନା ଦିଆଯାଇନାହିଁ । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ପୋଲିସ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।
ବିହାର ବୈଶାଳୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
Download Argus News App
