ଅଧିକ ପଢନ୍ତୁ : ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ ବିପର୍ଯ୍ୟୋୟ
ସେହିପରି ପ୍ରଭାବିତ ହେବାକୁ ଥିବା ଉପକୂଳବର୍ତ୍ତୀ ଅଞ୍ଚଳରୁ କିଛି ଲୋକଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ବାତ୍ୟା ଆଶ୍ରୟ ସ୍ଥଳରେ ଖାଦ୍ୟ, ପାନୀୟ ଜଳ ଓ ମେଡିସିନ ଆଦି ସାମଗ୍ରୀ କଚ୍ଚ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳରେ ମହଜୁଦ କରି ରଖାଯାଇଛି । ଗୁରୁତର ଅସୁସ୍ଥ ଓ ଗର୍ଭବତୀଙ୍କୁ ଘରକୁ ବାହାର କରି ହସ୍ପିଟାଲ ନିଆଯାଇଛି । ଆବଶ୍ୟକ ପଡ଼ିଲେ ଲୋକଙ୍କୁ ସ୍ଥାନାନ୍ତର କରି ରଖିବା ପାଇଁ ପୋରବନ୍ଦର ପ୍ରଶାସନ ୪ଟି ଅସ୍ଥାୟୀ ବାତ୍ୟା ଆଶ୍ରୟ ସ୍ଥଳର ବ୍ୟବସ୍ଥା କରିବ ବୋଲି କହିଛି । ଗୋଆ, ମୁମ୍ବାଇ ଏବଂ ଗୁଜରାଟ ପ୍ରଶାସନ ତତ୍ପର ଅଛନ୍ତି ।