ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ବିକ୍ଷୋଭକାରୀମାନେ ବାଙ୍ଗଲାଦେଶ ବିରୋଧରେ ନାରାବାଜି ଦେଇଥିଲେ। ଭାରତର ଲୋକମାନେ ଯେଉଁଠି ବସବାସ କରିବେ ସେଠାରେ ସେମାନଙ୍କ ସୁରକ୍ଷା ପାଇଁ ସେହି ରାଷ୍ଟ୍ର ବ୍ୟବସ୍ଥା କରିବା ଉଚିତ ବୋଲି ସେମାନେ ଦାବି କରିଥିଲେ। ଭାରତରେ ସବୁ ଧର୍ମକୁ ସୁରକ୍ଷା ଦିଆଯାଉଛି, ଏଠାରେ ସମସ୍ତ ଲୋକ ସୁରକ୍ଷାର ସହ ରହୁଛନ୍ତି ତେଣୁ ଆମ ଲୋକଙ୍କ ପାଇଁ ମଧ୍ୟ ସମସ୍ତ ଦେଶରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସେମାନେ ଦାବି କରିଛନ୍ତି। ବଙ୍ଗଲାଦେଶରେ ହିନ୍ଦୁ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସେମାନେ ନିନ୍ଦା କରିଛନ୍ତି।
ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ : ବାଙ୍ଗଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଏବଂ ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ନୂଆଦିଲ୍ଲୀ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ନୂଆଦିଲ୍ଲୀ ଚାଣକ୍ୟ ପୁରୀ ଥାନା ନିକଟରୁ ଏହି ପ୍ରଦର୍ଶନ ବାହାରି ବାଙ୍ଗଲାଦେଶ ଉଚ୍ଚାୟୋଗ ପର୍ଯ୍ୟନ୍ତ ଯାଉଥିଲା। ଏହି ସମୟରେ ପୋଲିସ ଅଧା ରାସ୍ତାରୁ ବିକ୍ଷୋଭକାରୀମାନଙ୍କୁ ଅଟକାଇଥିଲା।
Download Argus News App
