ନୂଆଦିଲ୍ଲୀ: ୩୭୦ଉଚ୍ଛେଦକୁ ବିଜେଡିର ସମର୍ଥନ । ଟ୍ରିପଲ୍ ତଲାକ ବିଲ୍ ପରେପରେ ପୁଣି ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ ସମର୍ଥନ ଜଣାଇଲା ବିଜେଡି । ଏନେଇ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ପ୍ରସନ୍ନ ଆଚାର୍ଯ୍ୟ ସମର୍ଥନ ଜଣାଇଥିଲେ ।
ଏହାସହ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘୩୭୦ଉଚ୍ଛେଦକୁ ବିଜୁ ଜନତା ଦଳ ସମର୍ଥନ କରୁଛି । ଆଜିର ଏହି ପଦକ୍ଷେପ ପରେ ସାରା ଦେଶ ସମାନ ହୋଇଗଲା । ଜମ୍ମୁ କାଶ୍ମୀର ଆଜି ଭାରତର ଅଭିଛେଦ୍ୟ ଅଙ୍ଗ ବନିଲା । ଆମେ ଆଞ୍ଚଳିକ ଦଳ ହୋଇଥିଲେ ବି ଭାରତ ମାତା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ପିଓକେ ମିଶିଲେ ଆମେ ଅଧିକ ଖୁସି ହେବୁ ।’
ତେବେ ୩୭୦ ଉଚ୍ଛେଦ ହେବା ପରେ ଦେଶକୁ ଅଧିକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ମିଳିଲା । ଗୋଟିଏ ହେଲା ଲଦାଖ ଏବଂ ଅନ୍ୟଟି ଜମ୍ମୁକାଶ୍ମୀର । ଲଦାଖରେ ବିଧାନସଭା ରହିବ ନାହିଁ । କିନ୍ତୁ ଦିଲ୍ଲୀ ଭଳି ଜମ୍ମୁ-କାଶ୍ମୀରରେ ବିଧାନସଭା ରହିବ ବୋଲି ସଂକଳ୍ପ ଆଗତ ସମୟରେ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
ଅର୍ଗସ ବ୍ୟୁରୋ: ଚୀନରେ ବ୍ୟାପୁଥିବା ନିମୋନିଆକୁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ସତର୍କ କରିବା ପରେ ଆଲର୍ଟ ସ୍ୱାସ୍ଥ୍ୟ ବିଭାଗ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ରାଜ୍ୟରେ ସର୍ଭେଲାନ୍ସ ବଢ଼େଇବା ସହ ପ୍ରତି ଜିଲ୍ଲାରେ କୋଭିଡ ଟେଷ୍ଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ସ୍ଥାନରେ ଯଦି ଏକ ସାଙ୍ଗରେ ଅନେକ ରୋଗାକ୍ରାନ୍ତ ହୁଅନ୍ତି ତେବେ ମାସ୍ ଟେଷ୍ଟ କରାଯିବ । ଏନେଇ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ କରିବାକୁ କୁହାଯାଇଛି ।
ସମସ୍ତ ଜିଲ୍ଲା ଚିକିତ୍ସାଳୟକୁ ନିର୍ଦ୍ଦେଶ ରହିଛି ବେଡ୍ ସଂରକ୍ଷିତ ରଖିବା ସହ ମ୍ୟାନ୍ ପାୱାର୍, ମେଡିସିନ ଓ ଟେଷ୍ଟିଙ୍ଗ ଟ୍ରିଟମେଣ୍ଟ କରିବାକୁ କୁହାଯାଇଛି।
ଯଦିଓ ଏ ଭାଇରସ H9N2 ନୂଆ ନୁହେଁ କିନ୍ତୁ ଆମ ରାଜ୍ୟରେ ଏଯାଏଁ ଏହା ଚିହ୍ନଟ ହୋଇନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ଆରଏମଆରସି ତଥ୍ୟ ଅନୁଯାୟୀ ଥଣ୍ଡା, କାଶ, ଛିଙ୍କ କୌଣସି ନୂଆ ଭାଇରସକୁ ନେଇ ହୋଇନାହିଁ ବୋଲି କହିଛନ୍ତି । ଏଯାବତ୍ ରାଜ୍ୟରେ ନୂଆ ଭାଇରସ ତଥ୍ୟ ନାହିଁ। ତଥାପି ଯେଉଁମାନଙ୍କୁ ଥଣ୍ଡା କାଶ ହେଉଛି, ସେମାନେ ମାସ୍କ ବ୍ୟବହାର କରିବାକୁ ସ୍ୱାସ୍ଥ୍ୟ ବିଭାଗ ଅପିଲ୍ କରିଛି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଥରେ ଭାବନ୍ତୁ ଆପଣ ବିମାନରେ ଯାତ୍ରା କରୁଥିବାବେଳେ ଯଦି ବିମାନରେ ହଠାତ ଝଟକା ଲାଗେ ଆଉ ଆପଣଙ୍କୁ ଅକ୍ସିଜେନ ଦରକାର ପଡ଼େ। ଆପଣଙ୍କୁ କେମିତି ଲାଗିବ ସତରେ ଭାବିଲେ ଛାତି ଥରି ଉଠୁଛି। ୨୪ହଜାର ଫୁଟ ଉପରେ ହଠାତ ଉଡ଼ିଗଲା ବିମାନ ଛାତ। କଣ ହେଲା ଯାତ୍ରୀମାନଙ୍କର ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଛି। ଯାତ୍ରୀମାନେ ଜୀବିତ ନା ମୃତ। ବିମାନର ଛାତିଥରା ଦୁର୍ଘଟଣା କହିଲେ ଅତ୍ୟୁକ୍ତି ହେବ ନାହିଁ। ଟ୍ରେନ ହେଉ କି ପ୍ଲେନ ହେଉ ଦୁର୍ଘଟଣା ଘଟିଲେ ଶୁଣିଲେ ମଧ୍ୟ ଛାତି ଥରି ଉଠେ। ବିମାନରେ ଥିଲେ ୮୯ଜଣ ପାସେଞ୍ଜର ଏବଂ ଏଥିରେ ୬ଜଣ କ୍ର୍ୟୁ ମେମ୍ବର ଥିଲେ।
ବିମାନଟି ସ୍ଥଳଭାଗରୁ ୨୪୦୦୦ ଫୁଟ ଉପରେ ଥିଲା। ହଠାତ ବିମାନ ଛାତ ଉଡ଼ିଗଲା। ଲାଗୁଥିଲା କ୍ରାସ ହୋଇଯିବ। ଆଉ ସମସ୍ତେ ପ୍ରାଣ ହରାଇବେ। କିନ୍ତୁ ଭଗବାନ ମଝି ଆକାଶରେ ଚମତ୍କାର କରିଲେ। ୨୪୦୦୦ ଫୁଟ ଉପରେ ଲୋକେ ଭୟଙ୍କର ଚିତ୍କାର କରିବା ସହ କାନ୍ଦୁଥିଲେ। ଭାବୁଥିଲେ ଆଉ କେହି ବଞ୍ଚିବେନି। ଆପଣ ଫିଲ୍ମ କାହାଣୀ ଭାବୁଛନ୍ତି ନା। କିନ୍ତୁ ଏହା ସତ ଘଟଣା। ଏମିତି ଘଟିଥିଲା ୧୯୮୮ ମସିହା ଏପ୍ରିଲ ୨୮ରେ। ଏହା ଥିଲା ଏକ ଅଶୁଭ ଦିନ। ଆମେରିକାର ଆଲୋହା-୨୪୩ ଏୟାର ଲାଇନ୍ସ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା। ଏକ ରିପୋର୍ଟ ଅନୁଯାୟୀ ଦୁଇ ଇଞ୍ଜିନ ବିଶିଷ୍ଟ ବୋଇଂ ୭୩୭ ସେଦିନ ୯୪ଜଣ ଯାତ୍ରୀଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା। ବିମାନ ୪୦ ମିନିଟ ଉଡାଣ ପରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥାନ୍ତା। କିନ୍ତୁ ହଠାତ ବିମାନର ପଙ୍ଖା ଖରାପ ହୋଇଗଲା। ଏବଂ ମଝି ଆକାଶରେ ବିମାନର ଛାତ ଉଡିଯାଇଥିଲା। ପ୍ରଶାନ୍ତ ମହାସାଗର ଉପରେ ବିମାନଟି ଝୁଲୁଥିଲା। ଲାଗୁଥିଲା ଯେମିତି ସାଙ୍ଗେ ସାଙ୍ଗେ ଖସିପଡ଼ିବ। ଆଉ କେହି ବଞ୍ଚିବେନି। ଭୟଙ୍କର ଶବ୍ଦ ଏବଂ ପବନ ଯୋଗୁ ଯାତ୍ରୀମାନେ କାନ୍ଦିବା ସହ ଚିତ୍କାର କରି ଡରିକି ବେଲ୍ଟ ଯାକ ପିନ୍ଧି ପକାଇଥିଲେ।
ବିମାନ ଆଟେଣ୍ଡାଣ୍ଟ କାରାବେଲ ଲାନସି ଲୋକଙ୍କ କଥା ବୁଝୁଥିଲେ। କିନ୍ତୁ ହଠାତ ପ୍ରବଳ ପବନ ଯୋଗୁ ବାହାରକୁ ଉଡ଼ିଯାଇଥିଲେ। କିନ୍ତୁ ପାଇଲଟ ଏସବୁ ଦେଖିକି ମଧ୍ୟ ଧୈର୍ଯ୍ୟ ହାରି ନ ଥିଲେ। ଛାତ ନ ଥିଲେ ବି ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟ କରିଥିଲେ। ଭଙ୍ଗା ବିମାନକୁ ଧୀରେ ଧୀରେ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରାଇଥିଲେ। ଆମେରିକାର କାହୁଲେଇ ଏୟାରପୋର୍ଟରେ ଭଙ୍ଗା ବିମାନ ଅବତରଣ କରିଥିଲା। ସେତେବେଳକୁ ବିମାନ ଇଞ୍ଜିନରେ ନିଆଁ ଲାଗିସାରିଥିଲା। ବୋଧେ ଭଗବାନ ଥିଲେ ବୋଲି ଯାତ୍ରୀମାନଙ୍କର ଜୀବନ ବଞ୍ଚିଗଲା। ୭ଜଣ ଯାତ୍ରୀ ଗୁରୁତର ହୋଇଥିଲେ। କିନ୍ତୁ ୬ଜଣ କ୍ର୍ୟୁ ମେମ୍ବରଙ୍କ ମୃତଦେହ ଏଯାଏ ମିଳିନି। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯାତ୍ରୀ ମାନଙ୍କର ଜୀବନ ବଞ୍ଚିଗଲା।
ଅଧିକ ପଢ଼ନ୍ତୁ ବିଦେଶ ଖବର
ନୂଆଦିଲ୍ଲୀ: ଆଉ କିଛି ସମୟର ଅପେକ୍ଷା। ଟନେଲରେ ଫସିଥିବା ଶ୍ରମିକ ହେବେ ଉଦ୍ଧାର । ଟନେଲ ଭିତରୁ ପସିଲା ଉଦ୍ଧାରକାରୀ ଟିମ୍।
ବର୍ତ୍ତମାନ ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ପାଖରେ। ଟନେଲ ଭିତରୁ ରଶି ଆଉ ପାଇପ୍॥ ଶିଘ୍ର ଜଣଙ୍କ ପରେ ଜଣେ ପାଇପ୍ ଦ୍ୱାରା ହେବେ ଉଦ୍ଧାର । ଡ୍ରିଲିଂ କାମ ଶେଷ ହୋଇଥିବା ସୂଚନା।ଦୀର୍ଘ ୧୭ ଦିନ ପରେ ଦେଖିକ ଖୋଲା ଆକାଶ। ଫସିଥିବା ଶ୍ରମିକଙ୍କ ସମ୍ପର୍କୀୟ ମାନେ ଟନେଲ ବାହାରେ ଅନେଇ ରହିଛନ୍ତି କେତେବେଳ ଉଦ୍ଧାର ହେବେ।
ଅଧିକ ପଢନ୍ତୁ ଓଡ଼ିଶା ଖବର