ଗୁଜରାଟ ବିଜୟ ଏକ ସୁସ୍ଥ ଲୋକତନ୍ତ୍ରର ଶୁଭ ସଙ୍କେତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନୂଆ ଇତିହାସ ରଚିଛନ୍ତି ଗୁଜରାଟବାସୀ । ରେକର୍ଡର ରେକର୍ଡ ଭାଙ୍ଗିଛନ୍ତି। ଲକ୍ଷାଧିକ କର୍ମକର୍ତ୍ତାଙ୍କ ସେବା ମନୋଭାବ ପାଇଁ ଆମେ ଆଜି ଏଇଠି ପହଞ୍ଚିଛୁ ବୋଲି କହିଛନ୍ତି ମୋଦି । ସେହିପରି ହିମାଚଳରେ ଦଳ ମାତ୍ର ୧ ପ୍ରତିଶତ ଭୋଟରେ ହାରିଥିଲେ ବି ବିକାଶ ପାଇଁ ୧୦୦ ପ୍ରତିଶତ ପ୍ରୟାସ ଜାରି ରଖିବ ବୋଲି କହିଛନ୍ତି ମୋଦି ।
ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ମୋଦିଙ୍କ ସମ୍ବୋଧନ

ଅର୍ଗସ ବ୍ୟୁରୋ : ଗୁଜରାଟ ବିଜୟ ନେଇ ବିଜେପିର ସେଲିବ୍ରେସନ । ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । କହିଛନ୍ତି, ଆଜିର ବିଜୟ ପାଇଁ ଜନତା ଜନାର୍ଦ୍ଦନଙ୍କ ନିକଟରେ ମୁଁ ନତମସ୍ତକ । ବିଜୟ ବିଜେପିକୁ ଜନସାଧାରଣଙ୍କ ସ୍ନେହ ଆଉ ଭଲପାଇବାର ପ୍ରମାଣ । ଗୁଜରାଟରେ ବିଜେପିକୁ ମିଳିଥିବା ଜନସମର୍ଥନ ଗରିବଙ୍କ ବିକାଶର ଫଳ। ଦେଶର ବିକାଶ ପାଇଁ ବଡରୁ ବଡ଼ ନିଷ୍ପତ୍ତି, ପଦକ୍ଷେପ ନିଆଯାଇଛି ।
Download Argus News App
