ବୈଠକରେ ଜାତୀୟ ପଦାଧିକାରୀଙ୍କ ସମେତ ସବୁ ରାଜ୍ୟଙ୍କ ପ୍ରଭାରୀ ଓ ସହପ୍ରଭାରୀ ମାନେ ମଧ୍ୟ ଅଂଶଗ୍ରହଣ କରିଛନ୍ତି । ପାର୍ଟିର ସବୁ ମୋର୍ଚ୍ଚା ପ୍ରଭାରୀ, ପ୍ରଦେଶ ସଭାପତି, ପ୍ରଦେଶ ସଙ୍ଗଠନ ମହାମନ୍ତ୍ରୀଙ୍କୁ ମଧ୍ୟ ବୈଠକରେ ଯୋଗ ଦେବା ଲାଗି ଆମନ୍ତ୍ରିତ କରାଯାଇଛି । ଆଗାମୀ ବର୍ଷ ଯେଉଁ ରାଜ୍ୟମାନଙ୍କରେ ନିର୍ବାଚନ ହେବାକୁ ଅଛି ସେହି ସବୁ ରାଜ୍ୟ ପ୍ରଭାରୀଙ୍କୁ ସେମାନଙ୍କ ରାଜ୍ୟର ନିର୍ବାଚନ ପ୍ରସ୍ତୁତି ନେଇ ରିପୋର୍ଟ ବୈଠକରେ ଉପସ୍ଥାପନ କରିବେ । ଆଗାମୀ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, କର୍ଣ୍ଣାଟକ, ତ୍ରିପୁରା, ମିଜୋରାମ, ମେଘାଲୟ ଓ ନାଗାଲ୍ୟାଣ୍ଡ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହି ସବୁ ବିଧାନସଭା ନିର୍ବାଚନ ଲାଗି ପ୍ରସ୍ତୁତି ବୈଠକ ମଧ୍ୟ ଅନୁଷ୍ଠିତ ହେବ ।
ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଅର୍ଗସ ବ୍ୟୁରୋ : ଦିଲ୍ଲୀରେ ବିଜେପିର ଉଚ୍ଚସ୍ତରୀୟ ବୈଠକ । ଦୁଇ ଦିବସୀୟ ଏହି ବୈଠକର ଉଦଘାଟନ ସମାରୋହରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଧାନସଭା ନିର୍ବାଚନ ପରେ ଏବେ ୨୦୨୪ ଲୋକସଭା ନିର୍ବାଚନ ଉପରେ ଫୋକସ । ପାର୍ଟି ଅଧ୍ୟକ୍ଷ ଜେ.ପି.ନଡ୍ଡା ଦିଲ୍ଲୀରେ ଦୁଇ ଦିବସୀୟ ଉଚ୍ଚସ୍ତରୀୟ ବୈଠକ ଆହ୍ବାନ କରିଛନ୍ତି । ବୈଠକରେ ଯୋଗଦେଇଛନ୍ତି ବିଜେପିର ତମାମ ଜାତୀୟ ଅଧିକାରୀ । ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହିତ ମିସନ ୨୦୨୪ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି ।
Download Argus News App
