ନବ ଦାସଙ୍କ ପରଲୋକରେ ସମଗ୍ର ପଶ୍ଚିମ ଓଡିଶା ଏବଂ ଓଡିଶା ଓଡିଶାବାସୀ ଦୁଃଖିତ
ମଧ୍ୟପ୍ରଦେଶ : ରାଜ୍ୟସଭା ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ବିଧାୟକ କରୋନା ପଜିଟିଭ୍

ଅର୍ଗସ ବ୍ୟୁରୋ : ମଧ୍ୟପ୍ରଦେଶରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମତଦାନ କରିବାକୁ ଅଂଶ ଗ୍ରହଣ କରିଥିବା ଜଣେ ବିଧାୟକ କରୋନା ପଜିଟିଭ୍। ଉକ୍ତ ବିଧାୟକ ଜଣଙ୍କ ହେଉଛନ୍ତି ନୀମଚ ଜିଲ୍ଲାର ଜାବଦ ବିଧାନସଭା ଆସନର ଓମପ୍ରକାଶ ସକଲେଚା। ସେ ଜୁନ 16ରେ ଭୋପାଳରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ ମତଦାନ କରିଥିଲେ। ତେବେ ତାଙ୍କ ପରିବାରର ଅନ୍ୟ ଜଣେ ସଦସ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବିଧାୟକ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ଜାବେଦରେ ସକଲେଚାଙ୍କ ନିବାସ କଣ୍ଟେନମେଣ୍ଟ ଅଞ୍ଚଳରେ। ତେଣୁ ବିଧାୟକ ଜଣଙ୍କ କିଛି ଦିନ ଫାର୍ମ ହାଉସରେ ରହୁଥିଲେ। ରାଜ୍ୟସଭା ନିର୍ବାଚନ ପାଇଁ ସକଲେଜା ବିଜେପିର ବହୁ ବୈଠକ କରିଥିବା ସୂଚନା ମିଳିଛି।
Download Argus News App
