ଏହାପୂର୍ବରୁ ନଡ୍ଡା କେରଳ ଗସ୍ତ କରି ଏଲଡିଏଫ ସରକାରଙ୍କ ଉପରେ ବର୍ଷିଥିଲେ। ନଡ୍ଡା କେରଳ ମୁଖ୍ୟମନ୍ତ୍ରୀ ସିଏମ ପିନାରାଇଙ୍କ ବିଜୟନଙ୍କ ବିରୋଧରେ ଭ୍ରଷ୍ଟାଚାରର ଆରୋପ ଲଗାଇଥିଲେ। ସୂଚନା ଥାଉ କି, ସେପ୍ଟେମ୍ବର ୨୯ ତାରିଖ ସକାଳ ୧୦ଟାରେ ନଡ୍ଡା ଭୁବନେଶ୍ବରରେ ପହଞ୍ଚିବେ। ତାପରେ ବିଜେପି ପାର୍ଟ ଅଫିସ ଯିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ପଞ୍ଚାୟତ ସମାବେଶରେ ଯୋଗ ଦେବେ ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ସେଠାରେ ସମାବେଶରେ ଯୋଗ ଦେଇ ବହୁ ଦଳୀୟ କର୍ମୀଙ୍କୁ ଭେଟି ନିର୍ବାଚନ ଜିତିବାକୁ ଟିପ୍ସ ଦେବେ।
ରାଜନୀତି ଖବର ଆହୁରି ପଢନ୍ତୁ ।

ଅର୍ଗସ ବ୍ୟୁରୋ: ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ବର୍ତ୍ତମାନ ଅକ୍ସନ ମୋଡରେ ଅଛି। ଏହାକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏକ ବୈଠକ କରିବେ। ଏଥିଲାଗି ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ରାଜ୍ୟ ପ୍ରତିନିଧିଙ୍କ ସହ ଆଲୋଚନା କରିବେ। ତେବେ ଏହି ବୈଠକରେ ଅଧ୍ୟକ୍ଷତା ବିଜେପି ରାଷ୍ଟ୍ରୀୟ ମହାସଚିବ ବି.ଏଲ ସନ୍ତୋଷ କରିବେ ବୋଲି ନିଷ୍ପତ୍ତି ସେ ନିଷ୍ପତ୍ତି ନେଇଛନ୍ତି। ଏହାବ୍ୟତତ ନଡ୍ଡା ଲୋକସଭା ପ୍ରବାସ ଯୋଜନାର ସମୀକ୍ଷା କରିବେ। ବିଭିନ୍ନ ଦଳୀୟକର୍ମୀଙ୍କୁ ଡାକି ଦଳକୁ ଆହୁରି କିପରି ମଜଭୁତ କରାଯିବ ସେ ନେଇ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି। ନିର୍ବାଚନରେ ଯେପରି ଦଳ ସବୁ ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିବ ସେ ନେଇ ବିଶେଷ ଧ୍ୟାନ ଦେବାକୁ ନଡ୍ଡା କହିଛନ୍ତି।

ଅର୍ଗସ ବ୍ୟୁରୋ : ବାହାନଗା ହାଇସ୍କୁଲ ପରିସରର କୁଢ କୁଢ ଶବ। ପଲିଥିନ୍ ଆଉ ଧଳା କାନାର ଆବରଣ ଶୋଇଛନ୍ତି ନିର୍ଜିବ ମଣିଷ। ସମସ୍ତେ ଅପରିଚିତ, ସମସ୍ତେ ନିଥର। କିନ୍ତୁ ଏଇ ଶବ ଗଦା ଭିତରେ ଗୋଟାଏ ହାତ ଥରୁଥିଲା। କହୁଥିଲା, ମୋତେ ଏ ବିବତ୍ସ ପରିବେଶ ଭିତରୁ ମୁକ୍ତି ଦିଏ। ମୃତ ମୁଁ ନୁହେଁ, ମୁଁ ଜୀବିତ। ଦେଖିଲା ଲୋକେ ଚମକି ପଡିବା ସ୍ବଭାବିକ୍। କିନ୍ତୁ ଶବ ଗଦା ଭିତରୁ ଏହି ହାତ ହିଁ କହିଥିଲା, ମୁଁ ବିଶ୍ବଜିତ୍ ଆଜି ମୃତ୍ୟୁଞ୍ଜୟି ହୋଇଛି। ମୃତ୍ୟୁର ପଞ୍ଝାରୁ ମୁକୁଳି ଆସିଛି।
ଦର୍ଶକବନ୍ଧୁ ଆପଣ ଏ ଅବତାରଣା ଶୁଣିବା ପରେ ଭାବୁଥିବେ, ଆମ ସତ କହୁଛୁ ନା ଗପ କହୁଛୁ। ନା...ଆଜ୍ଞା ଏହା ଗପ ନୁହେଁ। ବାହାନଗା ଟ୍ରେନ ଟ୍ରାଜିଡିର ଗୋଟେ ଚମକାଇଲା ଭଳି ଖବର। ମରଣ ମୁହଁରୁ ବଞ୍ଚି ଯାଇଥିବା ଏ ବ୍ୟକ୍ତି ଜଣକ ହେଉଛନ୍ତି ପଞ୍ଚିମବଙ୍ଗର ୨୪ ବର୍ଷିୟ ବିଶ୍ବଜିତ ମଲ୍ଲିକ।
ଜୁନ ୨ ତାରିଖରେ ସାଲିମାର ଷ୍ଟେଶନରେ କରୋମଣ୍ଡଳ ଏକ୍ସପ୍ରେସରେ ଚଢିଥିଲେ ହେଳାରାମ ମଲ୍ଲିକଙ୍କ ପୁଅ ବିଶ୍ବଜିତ୍। ହେଲେ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଆଗରୁ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହେଲା। ଖବର ପାଇଁ ହେଳାରାମ ଆଉ ହେଳା ନ କରି ଧାଇଁ ଆସିଲେ ବାଲେଶ୍ବର। ତାଙ୍କ ପୁଅ ବଞ୍ଚିବ ଏଇ ଆଶାରେ ସେ ଆମ୍ବୁଲାନ୍ସ ନେଇ ଦୀର୍ଘ ୨୩୦ କିମି ପଥ ଅତିକ୍ରମ କଲେ। ବାହାନଗାରେ ପହଞ୍ଚି ଛାତିକୁ ପଥର କରି ଗୋଟି ଗୋଟି ମୃତଦେହ ତନଖି କଲେ।
ମିରାକଲ ହେଲା। ଚମକିପଡିଲେ ହେଳାରାମ। ଶବ ଗଦା ଭିତରେ ତାଙ୍କ ପୁଅ ବଞ୍ଚିଥିଲା। ବାପାର ବିଶ୍ବାସ ରହିଗଲା। ତୁରକ୍ତ ତାଙ୍କୁ ବାଲେଶ୍ବର ଡାକ୍ତରଖାନାକୁ ଅଣାଗଲେ। ଚିକିତ୍ସା ପରେ ବିଶ୍ବଜିତ ଏବେ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛି। ଯିଏ ଦେଖୁଛି ସିଏ କହୁଛି, ଯାହାକୁ ରଖିବେ ଅନନ୍ତ କି କରି ପାରେ ବଳବନ୍ତ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
