ଅର୍ଗସ ବ୍ୟୁରୋ: ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ପ୍ରେସମିଟ। ଗୁଜୁରାଟ ଦଙ୍ଗା ଉପରେ SIT ରିପୋର୍ଟକୁ ନେଇ କଂଗ୍ରେସ ଉପରେ ବର୍ଷିଛନ୍ତି ସମ୍ଵିତ। ସେ କହିଛନ୍ତି, ସାମ୍ନାକୁ ଆସିଛି ଗୁଜୁରାଟ ଦଙ୍ଗାର ସତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଜୁରାଟ ଦଙ୍ଗା ନେଇ ସୁପ୍ରିମକୋର୍ଟ କ୍ଲିନ ଚିଟ ଦେଇଥିଲେ। ଏବେ SIT ସତକୁ ସମସ୍ତଙ୍କ ଆଗକୁ ଆଣିଛି। ଟିସ୍ତା ତଲବାର ରାଜ୍ୟସଭାକୁ ଯିବାକୁ ଇଚ୍ଛା ରଖିଥିଲେ। ତାଙ୍କ କାର୍ଯ୍ୟରେ ଖୁସି ହୋଇ ସୋନିଆ ଗାନ୍ଧୀ ତାଙ୍କୁ 2007 ରେ ପଦ୍ମଶ୍ରୀ ସମ୍ମାନ ଦେଇଥିଲେ।
ନରେନ୍ଦ୍ର ମୋଦି ଏବଂ ବିଜେପିକୁ ବଦନାମ କରିବାକୁ ତାଙ୍କୁ ଅର୍ଥ ଦେଇଥିଲେ ସୋନିଆ ଗାନ୍ଧୀ। `ଚୋରି ଚୋରି ଚୁପ କେ ଚୁପ କେ'ରେ ହେଉଥିଲା ସମସ୍ତ କାର୍ଯ୍ୟ। ରାହୁଲଙ୍କୁ ପ୍ରମୋଟ କରିବାକୁ ଦିଆଯାଇ ଥିଲା ଅର୍ଥ, ସୋନିଆ ଗାନ୍ଧୀ 30 ଲକ୍ଷ ଟଙ୍କା ଦେଇଥିଲେ ବୋଲି SIT ପ୍ରମାଣିତ କରିଥିବା ସେ କହିଛନ୍ତି। ଅହମଦ ପଟେଲଙ୍କୁ ଆଗକୁ ରଖି ସବୁ କାର୍ଯ୍ୟ ହେଉଥିଲା। ସବୁ ସୋନିଆଙ୍କ ନିର୍ଦେଶରେ ହେଉଥିଲା।
ରାଜନୀତି ଖବର ଆହୁରି ପଢନ୍ତୁ ।