ନୂଆଦିଲ୍ଲୀ: ଆଜି ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ବିଜେପି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, 'ବିଜେପି ପ୍ରତିଷ୍ଠା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ଦଳ ପ୍ରତିଷ୍ଠା ଦିବସ । ୧୯୮୦ ମସିହାରୁ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । ଏହି ଅବସରରେ ପାର୍ଟି କାର୍ଯ୍ୟାଳୟରେ ପାର୍ଟି ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ ସବୁ ନେତା ଓ କର୍ମୀ । ରାଷ୍ଟ୍ରବାଦ ଓ ରାଷ୍ଟିୟଏକତା , ଗଣତନ୍ତ୍ର, ମୂଲ୍ୟବୋଧ ଭିତ୍ତିକ ରାଜନୀତି, ଗାନ୍ଧିବାଦ ଦୃଷ୍ଟିକୋଣ ଉପରେ ଆଧାରିତ ସାମାଜିକ ଓ ଆର୍ଥିକ ସମତା, ସକାରାତ୍ମକ ପନ୍ଥା ନିରପେକ୍ଷତା କୁ ଫୋକସ୍ କରୁଚି ବିଜେପି ।
ପାର୍ଟି ପାଇଁ ବହୁ କର୍ମୀ ନିଜ ଜୀବନ କୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ପାଇଁ ଆଜି ବିଜେପି ବହୁ ଆଗକୁ ଆସିପାରିଛି । ଓଡ଼ିଶା ବାସୀ ଙ୍କ ଭଲ ପାଇବା ମିଳିଛି। ସବୁ ଓଡ଼ିଆ ଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ସମିର ମହାନ୍ତି , ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସମ୍ବିତ ପାତ୍ର କହିଛନ୍ତି ।