କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା କନ୍ୟାକୁମାରୀ ଠାରୁ ଆରମ୍ଭ କରିଥିଲେ । ସେତେବେଳେ ସେ ପାଦ୍ରୀ ଜର୍ଜ ପୋନେୟାଙ୍କୁ ଭେଟିଥିଲେ । ରାହୁଲ ଗାନ୍ଧୀ ପାଦ୍ରୀ ଜର୍ଜଙ୍କୁ ପଚାରିଥିଲେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ଗୋଟିଏ ରୂପ ନା ।
ଏହାର ଉତ୍ତରରେ ଜର୍ଜ କହିଥିଲେ ଯେ ଯୀଶୁ ଖ୍ରୀଷ୍ଟ ହିଁ ଅସଲ ଭଗବାନ । ସେ ଏହାର ଉତରରେ ହିନ୍ଦୁ ଧର୍ମରେ ପୂଜା କରାଯାଉଥିବା ନିରାକାର ଶକ୍ତିକୁ ଇଶ୍ୱର ବୋଲି ମାନିବାକୁ ମନା କରି ଦେଇଥିଲେ । ସେ କହିଥିଲେ ଯେ ଭଗବାନ ନିଜକୁ ଅସଲ ମଣିଷ ରୂପେ ପ୍ରସ୍ତୁତ କରନ୍ତି.. ଶକ୍ତି ରୂପେ ନୁହେଁ ।
ନିଜକୁ ଜନେଉଧାରୀ ବୋଲି କହୁଥିବା ରାହୁଲ ଗାନ୍ଧୀ ହିନ୍ଦୁ ଦେବୀ ଦେବତାଙ୍କ ଉପରେ କରାଯାଉଥିବା ଅପମାନଜନକ କଥାକୁ ଚୁପଚାପ ଶୁଣୁଥିବା ଏହି ଭିଡିଓରେ ଦେଖା ଯାଉଛି ।
ରାହୁଲ ଗାନ୍ଧୀ କଂଗ୍ରେସକୁ ଶକ୍ତିଶାଳୀ କରିବାକୁ ଭାରତ ଯୋଡୋ ଯାତ୍ରା କରୁଛନ୍ତି ହେଲେ ଏଭଳି ବ୍ୟକ୍ତିଙ୍କୁ ଭେଟୁଛନ୍ତି ଯାହା ମନରେ ହିନ୍ଦୁ ସଂସ୍କୃତି, ସଭ୍ୟତା ଓ ହିନ୍ଦୁ ଦେବାଦେବୀଙ୍କ ଉପରେ ଘୃଣ୍ୟ ମନ୍ତବ୍ୟ ଦେଉଛନ୍ତି ।
ବିବାଦୀୟ ପାଦ୍ରୀ ଜର୍ଜ ପ୍ରଥମ ଥର ପାଇଁ ଏଭଳି ବକ୍ତବ୍ୟ ଦେଇ ନାହାନ୍ତି । ସେ ପୂର୍ବରୁ ମଧ୍ୟ ଅନେକ ଥର ଏଭଳି ବିବାଦୀୟ ବକ୍ତବ୍ୟ ଦେଇ ସାରିଛନ୍ତି । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ବିରୁଦ୍ଧରେ ଅତ୍ୟନ୍ତ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ।
ସେ ଭାରତ ମାତାଙ୍କ ଅପମାନ ମଧ୍ୟ କରି ସାରିଛନ୍ତି । ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଚପଲ ଖୋଲି ବାହାରେ ରଖୁଥିବା ଏକ ନେତା ଉପରେ ବକ୍ତବ୍ୟ ଦେଇ ସେ କହିଥିଲେ ଯେ ଆମ ସଂସ୍କୃତିରେ ଲୋକ ମାନେ ଚପଲ ଏଇଥି ପାଇଁ ପିନ୍ଧନ୍ତି ଯେ ଭାରତ ମାତାର ମଇଳା ଆମକୁ ମଇଳା କରି ପାରିବ ନାହିଁ । ତାମିଲନାଡୁ ସରକାର ଆମକୁ ଚପଲ ଦେଇଛନ୍ତି କାରଣ ଏହି ଭୂମି ଅତ୍ୟନ୍ତ ବିପଜ୍ଜନକ । ଆମକୁ ଚର୍ମ ରୋଗ ମଧ୍ୟ ହୋଇ ପାରେ ।
ଅନ୍ୟ ପକ୍ଷରେ ବିଜେପି ପ୍ରବକ୍ତା ଶେହନାଜ ପୁନାନାଲା ଏହାକୁ ନେଇ ସଂପୃକ୍ତି ପାଦ୍ରୀ ସମେତ ରାହୁଲ ଗାନ୍ଧୀଙ୍କୁ ମଧ୍ୟ କାଠଗଡାରେ ଠିଆ କରାଇଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ଭାରତ ଯୋଡୋ ଅଭିଯାନ ନୁହେଁ ବରଂ ଘୃଣା ଯୋଡୋ ଅଭିଯାନ ଆରମ୍ଭ କରିଛନ୍ତି । ସେ ପାଦ୍ରୀ ଜର୍ଜ ପୋନେୟା ଭଳି ବ୍ୟକ୍ତିକୁ ଭାରତ ଯୋଡୋ ଯାତ୍ରାର ପୋଷ୍ଟର ବୟ କରିଛନ୍ତି ଯିଏ ହିନ୍ଦୁ ମାନଙ୍କୁ ଧମକ ଦେଇଛି ଓ ଭାରତ ମାତା ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଛି । କଂଗ୍ରେସର ହିନ୍ଦୁ ବିରୋଧୀ ହେବାର ପୁରୁଣା ଇତିହାସ ରହିଛି ।
ରାଜନୀତି ଖବର ଆହୁରି ପଢନ୍ତୁ ।