ଟ୍ରକରେ ଲାଗିଲା ନିଆଁ...
ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ବାଇ-ଲ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସେବାୟତ ଓ ବିଜେପି ଟିମ ଭେଟିଛନ୍ତି। ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ଘଟଣା ସଂପର୍କରେ ଗୃହମନ୍ତ୍ରୀଙ୍କୁ ଅବଗତ କରିଲୁ। ଆଗାମୀ ଦିନରେ ପୁରୀର ବିକାଶ ନେଇ ଆଲୋଚନା ମଧ୍ୟ କରିଛୁ ବୋଲି ସେ କହିଛନ୍ତି।
ସେହିପରି ସମ୍ବିତ ପାତ୍ର କହିଛନ୍ତି ଯେ ପୁରୀର ବିକାଶକୁ ଆମେ ରୋକିନାହୁଁ। ରାଜ୍ୟ ସରକାର ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିଛନ୍ତି। ଲୋକଙ୍କ ମତ ପାଇଁ ଏକ ନୋଟିସ ଯାଇଥିଲା। ଏହାକୁ ପ୍ରତ୍ୟହାର କରାଯାଇଛି। ହେଲେ ରାଜ୍ୟ ସରକାର ଏହାକୁ ଯେପରି ଚିତ୍ରିତ କରିଲେ ତାହା ଗ୍ରହଣ ଯୋଗ୍ୟ ନୁହେଁ।
ପୁରୀରେ ରଥଯାତ୍ରା ବନ୍ଦ ପାଇଁ ଷଡ଼ଯନ୍ତ୍ର ହୋଇଥିଲା। ପୁରୀର ବିକାଶକୁ କେହି ରୋକି ପାରିବେ ନାହିଁ ବୋଲି ଅମିତ ଶାହ କହିଥିବା ନେଇ ସମ୍ବିତ ପାତ୍ର କହିଛନ୍ତି।