ସେପ୍ଟେମ୍ବର 19,20, 21 । ଗଣେଶ ପୂଜା ଦେଶ ଏବଂ ପୃଥିବୀ ପାଇଁ ସ୍ବର୍ଣ୍ଣ ଅକ୍ଷରରେ ଲେଖା ହୋଇ ରହିବ । ଲୋକସଭା, ରାଜ୍ୟସଭା, ଏବଂ କେନ୍ଦ୍ରୀୟ କକ୍ଷର ନୂଆ ନାମ ଦିଆଗଲା । ଲୋକସଭାରେ ପ୍ରଥମ ଦିନ, ପ୍ରଥମ ଆଇନ ଭାବେ ମହିଳା ସଂରକ୍ଷଣ ବିଲକୁ ମୋଦି ସରକାର ଉପସ୍ଥାପିତ କଲେ । ସମସ୍ତଙ୍କ ଦୃଷ୍ଟିକୋଣ ଅଲଗା ହୋଇଥାଇପାରେ । କିନ୍ତୁ ସବୁ ଦଳ ମତ ନିର୍ବିଶେଷରେ ସମର୍ଥନ କଲେ । ମାଆ ମାନଙ୍କୁ ସମ୍ମାନ ଦେବା ପାଇଁ ପଡିବ ହିଁ ପଡ଼ିବ । ରାଜ୍ୟସଭାରେ ମଧ୍ୟ ସବୁ ବାଧାବିଘ୍ନ ସତ୍ତ୍ୱେ 215 ସଭ୍ୟ ସମର୍ଥନ କଲେ ।
କେନ୍ଦ୍ରୀୟ ବିଜେପି କାର୍ଯ୍ୟାଳୟରେ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା । ଆଜି କେବଳ ଦୁଇଟି ଶବ୍ଦ । ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା । ଲୋକସଭାରେ 81 ଜଣ ମହିଳା ସାଂସଦ ଅଛନ୍ତି । ସଂରକ୍ଷଣ ଆଇନ ଲାଗୁ ହେଲେ 182 ହେବ । ଓଡ଼ିଶା ବିଧାନସଭାରେ 18 ଜଣ ଅଛନ୍ତି । ଆଇନ ଲାଗୁ ହେଲେ 50 ଜଣ ଯିବେ ।
2014 ମସିହା ମେ ଶେଷ ସପ୍ତାହରେ ମୋଦି ଏନଡିଏର ନେତା ନିର୍ବାଚିତ ହେବା ବେଳେ କହିଥିଲେ, ମହିଳା ମାନଙ୍କ ପାଇଁ ମୋଦି ସରକାର ସମର୍ପିତ ହେବ । ଅଢେଇ ମାସ ପରେ ଲାଲକିଲାରେ ଅଭିଭାଷଣ ଦେଲେ । ଝିଅ ପଢୁଥିବା ସ୍କୁଲ ଏବଂ ସବୁ ଘରେ ଶୌଚାଳୟ ହେଲା । 11 କୋଟିରୁ ଅଧିକ ଶୌଚାଳୟ ହୋଇଛି । 4 କୋଟି ଘରେ ବିଜୁଳି, 10 କୋଟରୁ ଅଧିକ ଗ୍ୟାସ ସଂଯୋଗ, ବ୍ୟାଙ୍କ ଖାତା, ଜନଧନ ଖାତା, ମୁଦ୍ରା ଋଣ ସର୍ବାଧିକ ମହିଳା ମାନଙ୍କୁ ଦିଆଯାଇଛି । ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ମଧ୍ୟ ଋଣ ଦେଉଛନ୍ତି ମୋଦି ସରକାର । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ମଧ୍ୟ ଡିବିଟିରେ ଅର୍ଥ ଦିଆଯାଇଛି । ଆଗରୁ କୌଣସି ସରକାର ଏଭଳି କରିନଥିଲେ ।
ହିମାଳୟର ଉଚ୍ଚତାରେ ପହଞ୍ଚିଲା ମୋଦି ସରକାର । ଭାରତରେ 70 କୋଟି ମହିଳା । 2ଟି ଆମେରିକାର ଜନସଂଖ୍ୟା ସହ ସମାନ । ଅଢେଇଟି ୟୁରୋପ ସହ ସମାନ। ଆରମ୍ଭ ହେବ 33 ପ୍ରତିଶତ ସଂରକ୍ଷଣ । ମାଆ ମାନେ ଯିବେ ଦିଲ୍ଲୀ । ବିବେକପୂର୍ଣ୍ଣ ନିର୍ଣ୍ଣୟ ମହିଳା ଓ ମା ମାନେ କରନ୍ତି । ପବିତ୍ର ଦୂର୍ଗାପୂଜା ଅବସରରେ ମୋଦି ସରକାରଙ୍କ ବଡ ଉପହାର । ଏ ଦାୟିତ୍ଵ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ଵାନ ଦେଲେ ଧର୍ମେନ୍ଦ୍ର । ଓଡ଼ିଶାର 50 ହାଜର ଗାଁରେ ଛୋଟ ଛୋଟ ସଭା କରିବ ବିଜେପି । ମୋଦିଙ୍କ ଏହି ବାର୍ତ୍ତାକୁ ପହଞ୍ଚାଇବ ଦଳ । ମୋଦି ହେ ତୋ ମୁନକିନ ହେ ନାରା ଦେଲେ ଧର୍ମେନ୍ଦ୍ର ପ୍ରଧାନ । ନରେନ୍ଦ୍ର ମୋଦି ଦୀର୍ଘାୟୁ ହୁଅନ୍ତୁ । ବାରମ୍ବାର ଭାରତ ମାତାର ସେବା କରିବା ପାଇଁ ଜନ୍ମ ନିଅନ୍ତୁ ମୋଦି ।
ଅଧିକ ପଢ଼ନ୍ତୁ ରାଜନୀତି ଖବର