ସେ କହିଛନ୍ତି ଯେ, ଆମେ କଂଗ୍ରେସ ସହ କି ବିଜେପି ସହ ନାହୁଁ। ଆମେ ଜାତୀୟ ପ୍ରସଙ୍ଗ ରେ ଯାହା ଦେଶ ପାଇଁ ଜାତି ପାଇଁ ଠିକ ସେଥିରେ ସମର୍ଥନ ଦେଉ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଏକ ସାମ୍ବିଧାନିକ ପରମ୍ପରା ଏଥିରେ ଆମେ ସାମିଲ ହେବୁ ବୋଲି ସେ କହିଛନ୍ତି।
ତେବେ କଂଗ୍ରେସ ସମେତ 16ଟି ଦଳ ଅଭିଭାଷଣକୁ ବହିଷ୍କାର କରିବେ। ଏନସିପି, ଜାମ୍ମୁ କାଶ୍ମୀର ଏନସି, ଡିଏମକେ , ଏଆଟିସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି , ସିପିଆଇ (ଏମ) , ସିପିଆଇ, ଆଇୟୁଏମଏଲ, ଆରସିପି, ପିଡିପି , ଏମଡିଏମକେ, କେରଳ କଂଗ୍ରେସ ଏବଂ ଏଆଇୟୁଡିଏଫ ରାଷ୍ଟ୍ରପତିଙ୍କ ଅଭିଭାଷଣକ ବହିଷ୍କାର କରିବେ।