ଧାରା 370 ହଟିବା ପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ହେବ ବିଧାନସଭା ଭୋଟ୍ । ରାଜସ୍ଥାନ ଓ ଛତିଶଗଡ଼ ଓ ମିଜୋରାମକୁ ଛାଡ଼ିଦେଲେ ବାକି 5 ରାଜ୍ୟରେ ଏବେ ବିଜେପି ସରକାର। ନିଦ ଦଖଲରେ ଥିବା ରାଜ୍ୟରେ କ୍ଷମତା ବଜାୟ ରଖିବା ସହ ଯେଉଁଠି ସରକାର ନାହିଁ ସେଠାରେ ବିଜୟ ବାନା ଉଡାଇବା ବିଜେପର ଟାର୍ଗେଟ୍ ।
ମାର୍ଚ୍ଚରେ 3 ଉତ୍ତର ପୂର୍ବ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାରେ ହେବ ବିଧାନସଭା ନିର୍ବାଚନ। ଏହାପରେ ଦକ୍ଷିଣ ଭାରତରେ ବିଜେପିର ପ୍ରବେଶ ପଥ କର୍ଣ୍ଣାଟକର ପାଳି। ମେ ମାସରେ ହେବ କର୍ଣ୍ଣଟକ ମହାଯୁଦ୍ଧ। ପରେ 24 ଫାଇନାଲ ପୂର୍ବରୁ ନଭେମ୍ବର ମାସରେ ହେବ ସେମି ଫାଇନାଲ ଏକ ସଙ୍ଗରେ 5 ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ସହ ଉତ୍ତରପୂର୍ବ ରାଜ୍ୟ ମିଜୋରାମରେ ପଡ଼ିବ ଭୋଟ୍। ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସହ ହେବ ବିଜେପିର ସିଧା ମୁକାବିଲା। ଆଉ ତେଲେଙ୍ଗାନା ହେବ ବିଜେପି ପାଇଁ ଏସିଡ୍ ଟେଷ୍ଟ।
ଦ୍ବିତୀୟ ଦକ୍ଷିଣ ରାଜ୍ୟ ଭାବେ ତେଲେଙ୍ଗାନାରେ ସରକାର ଗଠନ ପାଇଁ ଟାର୍ଗେଟ୍ ରଖିଛି ବିଜେପି। ଏଥିସହ ସଭାପତି ଭାବେ ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବ ଉପରେ ଜାତୀୟ କାର୍ଯ୍ୟକାରିଣୀରେ ଲାଗିପାରେ ମୋହର। ଜାନୁଆରୀ 20ରେ ଶେଷ ହେଉଛି ନଡ୍ଡାଙ୍କ କାର୍ଯ୍ୟକାଳ। ତାଙ୍କୁ ଆଗମୀ ଲୋକସଭା ନିର୍ବାଚନ ଯାଏ ସଭାପତି ଦାୟିତ୍ବ ଦେଇପାରେ ବିଜେପି।
ରାଜନୀତି ଖବର ଆହୁରି ପଢନ୍ତୁ ।