ଦକ୍ଷିଣ କୋରିଆରେ ଫେବୃଆରୀ ୧୪ ରେ ପ୍ରେମିଯୁଗଳ ଭାଲେଣ୍ଟାଇନ୍ ଦିବସ ପାଳିବା ସହ ପରସ୍ପରକୁ ଗିଫ୍ଟ ଦେଇଥାନ୍ତି। ଏହି ଦିନ ଗିଫ୍ଟ ପାଇଥିବା ପୁରୁଷମାନେ ସାଧାରଣତଃ ମାର୍ଚ୍ଚ ୧୪ରେ ରିଟର୍ଣ୍ଣ ଗିପ୍ଟ ଦେଇଥାନ୍ତି। ମାର୍ଚ୍ଚ ୧୪ରେ ମହିଳାମାନେ ପୁରୁଷଙ୍କ ଆଗରେ ପ୍ରେମ ଭାବନା ପ୍ରକାଶ କରିଥାନ୍ତି। ତେବେ ଏହାକୁ ହ୍ୱାଇଟ୍ ଡେ ବୋଲି ମଧ୍ୟ କୁହାଯାଇଥାଏ। ପରେ ଏପ୍ରିଲ ୧୪ରେ ସିଙ୍ଗଲ ଥିବା ଯୁବତି ବ୍ଲାକ୍ ଡେ, ପାଳିଥାନ୍ତି। ଏହି ଦିନ ସେମାନେ ବ୍ଲାକ୍ ନୁଡୁଲ୍ସ ଖାଇଥାନ୍ତି। ତେବେ ୨୦ ବର୍ଷରୁ ଅଧିକ ବୟସର ଯୁବକ ଯୁବତୀ ମାନେ ଏହି ବ୍ଲାକ୍ ଡେ ପାଳିଥାନ୍ତି।
ବ୍ଲାକ୍ ନୁଡୁଲ୍ସ ଖାଇ ପାଳନ କରାଯାଏ ବ୍ଲାକ୍ ଡେ

ନୂଆଦିଲ୍ଲୀ: ଚାଲିଛି ପ୍ରେମ ସପ୍ତାହ। ଫେବୃୟାରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗ କରାଯାଇଛି। ପ୍ରେମି ଯୁଗଳମାନେ ଫେବୃଆରୀ ୭ ରୁ ୧୪ ମଧ୍ୟରେ ଆସୁଥିବା ପ୍ରତ୍ୟେକ ଦିନକୁ ପାଳିଥାନ୍ତି। ୧୪ ତାରିଖକୁ ପ୍ରେମି ଯୁଗଳ ଭାଲେଣ୍ଟାଇନ୍ ଡେ ଭାବେ ପାଳନ କରିଥାନ୍ତି । ପ୍ରେମିଯୁଗଳ ମାନେ ଫେବୃୟାରୀ ମାସକୁ ସବୁବେଳେ ଅପେକ୍ଷା କରି ରହିଥାନ୍ତି। ଏହି ଦିନ ଗୁଡ଼ିକ ସେମାନଙ୍କ ପାଇଁ ଖୁବ୍ ସ୍ପେଶିଆଲ ହୋଇଥାଏ। ଏହାକୁ ଭାଲେଣ୍ଟାଇନ ସପ୍ତାହ କୁହାଯାଏ। କିନ୍ତୁ ଏପରି ଏକ ଦେଶ ଅଛି ଯେଉଁଠି ବୟଫ୍ରେଣ୍ଡ କି ଗର୍ଲଫ୍ରେଣ୍ଡ ନ ମିଳିଲେ ସେଠାରେ ପାଳନ କରାଯାଇଥାଏ ବ୍ଲାକ ଡେ। ଦକ୍ଷିଣ କୋରିଆରେ ଭାଲେଣ୍ଟାଇନ୍ ଡେ ପରିବର୍ତ୍ତେ ପାଳନ କରାଯାଇଥାଏ ବ୍ଲାକ୍ଡେ।
Download Argus News App
