ଭିଡିଓରେ ପିଲାଟିର ସୁରକ୍ଷା ପ୍ରତି ବେଶ୍ ସଜାଗ ବିଲେଇ। ଗୋଟିଏ ଅର୍ଥରେ କହିବାକୁ ଗଲେ ଏହି କୁନି ପିଲାଟିର ବଡିଗାର୍ଡ ବନିଯାଇଛି ବିଲେଇ। ଦେଖୁନାହାଁନ୍ତି କିପରି ଯତ୍ନ ନେଉଛି ବିଲେଇ। ପିଲାଟି ବାଲକନୀ ପାଖେ ଠିଆ ହେବାର ଦେଖି ବିଲେଇ ଛୁଆର ସୁରକ୍ଷା ପ୍ରତି ଅଧିକ ସତର୍କ ହୋଇଯାଇଛି। ରେଲିଙ୍ଗି ଉପରେ କୁନି ପିଲାଟି ଦୁଇ ହାତ ରଖି ଚଢିବାକୁ ଚେଷ୍ଟା କରୁଥିବାବେଳେ ବିଲେଇଟି ରେଲିଙ୍ଗଂ ଉପରୁ ହାତକୁ ଠେଲିଦଉଛି। ଆଉ ନିଜେ ବାଲକନୀ ଉପରେ ଚଢି ଯାଇ ଚାଲିବାକୁ ଲାଗୁଛି। ଯାହାଦ୍ୱାରା ଛୁଆଟି ଆଉ ବାଲକନୀରେ ହାତ ଦେଇ ଚଢିବାର ସୁଯୋଗ ପାଇପାରୁ ନାହିଁ। ଏହିପରି ଭାବେ ଛୁଆଟିର ସୁରକ୍ଷାରେ ଲାଗିଛି ବଡିଗାର୍ଡ ବିଲେଇ।
ବିଲେଇକୁ ଆମେ ସବୁବେଳେ ଅଳସୁଆ ଏବଂ ଲାପରବାହ ବୋଲି କହିଥାଉ। ତା ପେଟରେ ଟିକେ ଦାନା ପଡିଗଲେ ସେ ସେହି ସ୍ଥାନ ଛାଡି ଆଉ ଚାରି ଘର ବୁଲି ଆସିଥାଏ। କିନ୍ତୁ ଏ ଭିଡିଓ କହୁଛି କିଛି ଅଲଗା କଥା। ନିଜ ମାଲିକର ଛୁଆ ପ୍ରତି ଉତ୍ସର୍ଗିକୃତ ଏବଂ ସୁରକ୍ଷାର କବଚ ପାଲଟିଛି ବିଲେଇ । ଆମକୁ ସବୁବେଳେ ଲାଗେ ଯେ ପଶୁମାନଙ୍କର ରକ୍ଷାକର୍ତ୍ତା ମଣିଷ। ଆଉ ସେହି ଦୃଷ୍ଟିରେ ପଶୁକୁ ସବୁବେଳେ ଦୁର୍ବଳ ଆଉ ଅସହାୟ ମନକରେ ମଣିଷ। କିନ୍ତୁ ପ୍ରକୃତରେ ସତ କଥା ହେଉଛି ଯଦି ମଣିଷ ପଶୁଙ୍କ ସହ ଭଲ ବ୍ୟବହାର କରିବ ତେବେ ପଶୁ ମଧ୍ୟ ମଣିଷର ରକ୍ଷକ ସାଜିଜିବ। ଯାହାର ସତ୍ୟତା ପ୍ରମାଣିତ କରୁଛଉି ଏହି ଭିଡିଓ। ଭାଇରାଳ ହେଉଥିବା ଏହି ଭିଡିଓକୁ ଏକ କୋଟିରୁ ଅଧିକ ଲୋକ ଦେଖିସାରିଲେଣି ଏଥିସହିତ ୫ ଲକ୍ଷରୁ ଅଧିକ ଲୋକ ଏହାକୁ ଲାଇକ୍ କରିଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ ।