ଅତ୍ୟଧିକ ମୋଟାପଣ ଥିବା ସମୟକୁ ମନେପକାଇ ଆଦନାନ କହିଛନ୍ତି, ସେ ସମୟରେ ମୁଁ ଶୋଇପାରୁ ନଥିଲି। ମୋତେ ବସିବା ଅବସ୍ଥାରେ ଶୋଇବାକୁ ପଡ଼ୁଥିଲା। ହାତ ଗୋଡ଼ ମଧ୍ୟ ହଲାଇପାରୁ ନ ଥିଲି। ଗାଡ଼ିରେ ତାଙ୍କୁ ବସାଇବା ଲାଗି ଡ୍ରାଇଭର ଟ୍ରେନିଂ ଦିଆଯାଇଥିଲା। ସେମାନେ ତାଙ୍କ ଗୋଡକୁ ଉଠାଇ ଗାଡ଼ି ଭିତରେ ରଖିବାରେ ସାହାଯ୍ୟ କରୁଥିଲେ। ଡାକ୍ତରମାନେ ତାଙ୍କ ଅବସ୍ଥା ଦେଖି ମାତ୍ର ୬ମାସ ଯାଏ ବଞ୍ଚିବେ ବୋଲି କହିଥିଲେ।
ନବେ ଦଶକରେ ଆଦନାନଙ୍କ ଲିଫ୍ଟ କରା ଦୋ, ଭିଗି ଭିଗି ରାତୋ ମେଁ ହିଟ ହୋଇଥିଲା। ଏହାଛଡ଼ା ତେରା ଚେହେରା ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା। କିଛି ବର୍ଷ ହେଲା ସେ ନିଜ ଫିଟନେସକୁ ବେଶ ଧ୍ୟାନ ଦେଇଛନ୍ତି। ଏବେ ତାଙ୍କ ଓଜନ ୭୫ରୁ ୮୦କିଲୋ ରହିଛି।
ମନୋରଞ୍ଜନ ଖବର ଆହୁରି ପଢ଼ନ୍ତୁ ।