ପଚରାଉଚରାବେଳେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ବିମାନ ଭିତରେ ଥିବା ବୋମା ବିଷୟରେ ଜିଏ ଜଣେ ତାଙ୍କୁ କହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବିମାନଟି କୋଲକତା ଏୟାରପୋର୍ଟରେ ଅଟକି ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: କୋଲକାତାରୁ ଦୋହା ଯାଉଥିବା କତାର ଏୟାରଓ୍ବେଜର ଏକ ବିମାନରେ ଯାତ୍ରୀ ଆତଙ୍କିତ ହୋଇଥିଲେ। ଯେତେବେଳେ ଜଣେ ଯାତ୍ରୀ ବିମାନରେ ବୋମା ଥିବା ଦାବି କରିବାସହ ପାଟି କରିଥିଲେ। ଏହାପରେ ଫ୍ଲାଇଟ କ୍ୟୁଆର ୫୪୧କୁ ଟେକଅପ ପୂର୍ବରୁ ଅଟକାଇ ଦିଆଯାଇଥିଲା।
କତାର ଏୟାରଓ୍ବେଜ ବିମାନରେ ଥିବା ଜଣେ ଯାତ୍ରୀ ବିମାନ ଭିତରେ ବୋମା ଥିବା ଦାବି କରିବାସହ ଖୁବଜୋରରେ ପାଟି କରିବା ଆରମ୍ଭ କରିଥିଲେ। କର୍ମଚାରୀମାନେ ତୁରନ୍ତ ଏବିଷୟରେ ସିଆଇଏସଏଫକୁ ସୂଚନା ଦେଇଥିଲେ। ଏହାପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଥିଲା। ସ୍ନିଫର ଡଗ ସାହାଯ୍ୟରେ ବିଡିଡିଏସ ବିମାନର ଯାଞ୍ଚ କରିଥିଲା।
ପଚରାଉଚରାବେଳେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ବିମାନ ଭିତରେ ଥିବା ବୋମା ବିଷୟରେ ଜିଏ ଜଣେ ତାଙ୍କୁ କହିଥିଲେ। ତେବେ ବର୍ତ୍ତମାନ ସୁଦ୍ଧା ବିମାନଟି କୋଲକତା ଏୟାରପୋର୍ଟରେ ଅଟକି ରହିଛି।
ଅଧିକ ପଢ଼ନ୍ତୁ ଭାରତ ଖବର
ଅର୍ଗସ ବ୍ୟୁରୋ: ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ। ସେନ୍ସୋରୀ ପାର୍କ ପୋଖରୀରୁ ମଙ୍ଗଳବାର ସନ୍ଧ୍ୟାରେ ମୃତଦେହ ମିଳିବା ସନ୍ଦେହ ସୃଷ୍ଟି କରିଥିଲା। ଏହାପରେ ସୁସ୍ମିତାଙ୍କ୍ ଭାଇ ସନ୍ଦୀପଙ୍କ ସଙ୍ଗୀନ ଅଭିଯୋଗ ପୂରା ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ସନ୍ଦେହଘେରକୁ ନେଇ ଆସିଛି। ସନ୍ଦୀପଙ୍କ ଅଭିଯୋଗ, ତାଙ୍କ ଉଭଣୀଙ୍କୁ ହତ୍ୟା କରାଯାଇଛି। ଅଫିସରେ ୱାର୍କଲୋଡ୍ ରହୁଥିବାରୁ ମାନସିକ ଚାପରେ ଥିଲେ ସୁସ୍ମିତା। ବଡ କଥା ହେଲା, ସୁସ୍ମିତା ଡିପ୍ରେସନରେ ଥିବା କେମିତି ଜାଣିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ? ଯଦି ଜିଲ୍ଲାପାଳ ଜାଣିଥିଲେ ସିଧାସଳଖ ଘରକୁ କାହିଁକି ଜଣାଇ ନଥିଲେ ? ଅଫିସରେ ସୁସ୍ମିତାଙ୍କ ଉପରେ କିଏ ଚାପ ପକାଉଥିଲା କି ? ସୁସ୍ମିତାଙ୍କ ଶରୀରରେ ପୋଡା ଓ କଟା ଦାଗ କେଉଁଠୁ ଆସିଲା ?
୧୬ ତାରିଖରେ ଅଫିସରୁ ଘରକୁ ଫେରିନଥିଲେ ରାଜଗାଙ୍ଗପୁର ରାମବାହାଲର ସୁସ୍ମିତା। ୧୭ ତାରିଖରେ ନିଖୋଜ ଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ ପରିବାର। ହେଲେ ସୁସ୍ମିତା ରାଧିକା ରିଜେନ୍ସିରେ ଥିବା କହିଥିଲା ପୋଲିସ। ପରିବାର ଲୋକେ ପହଞ୍ଚିବା ପରେ ସେମାନଙ୍କୁ ଭେଟିବାକୁ ଛଡାଯାଇନଥିଲା। ୧୮ ତାରିଖ ସଂଧ୍ୟାରେ ପାର୍କ ପୋଖରୀରୁ ମୃତଦେହ ମିଳିଥିଲେ ବି ବିଳମ୍ବରେ ଅର୍ଥାତ ୧୯ ତାରିଖରେ ପରିବାରକୁ ଜଣାଇଥିଲା ପୋଲିସ। ବଡ କଥା ହେଲା ଅଫିସରୁ ରାଧିକା ଏଜେନ୍ସିରେ କେମିତି ପହଞ୍ଚିଥିଲେ ସୁସ୍ମିତା ? ସେ ନିଜ ଇଚ୍ଛାରେ ଯାଇଥିଲେ ନା କେହି ତାଙ୍କୁ ସେଠାକୁ ନେଇଥିଲା ? ପୋଲିସ ନିଖୋଜ ସୁସ୍ମିତାଙ୍କୁ ପାଇବା ପରେ ବି କାହିଁକି ଘରକୁ ଫେରାଇ ଆଣି ନଥିଲା ?
ଜିଲ୍ଲାପାଳଙ୍କ ଅଫିସରେ କାର୍ଯ୍ୟରତ ଥିଲେ ୩୫ ବର୍ଷୀୟ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜ । ଆସିଷ୍ଟାଣ୍ଟ କଲେକ୍ଟର ଭଳି ଜଣେ ଉଚ୍ଚ ପଦବୀରେ ଥିବା ମହିଳା ଅଧିକାରୀଙ୍କ ମୃତ୍ୟୁରେ ବଡ ଅଧିକାରୀ କିଛି ଲୁଚାଇଥିବା ସନ୍ଦେହ। ପରିବାରକୁ ବିଳମ୍ବରେ ଜଣାଇବା ପଛରେ ଲୁଚିଛି କି ମନ୍ଦ ଉଦ୍ଦେଶ୍ୟ ? ନା କିଛି ରହସ୍ୟ ଖୋଲିଯିବା ଭୟରେ ଯୋଜନାବଦ୍ଧ ଭାବେ ସୁସ୍ମିତାଙ୍କୁ ହତ୍ୟା କରାଯାଇନି ତ ?
ଅଧିକ ପଢ଼ନ୍ତୁ ଓଡିଶା ଖବର:
ବ୍ରହ୍ମପୁର: 30 ଫୁଟ୍ ତଳକୁ ଖସିଲା ଟ୍ରଲର । ଖଲ୍ଲିକୋଟ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଥିବା ହରିଡାମୂଳ ନିକଟରେ ବଡଘାଟି ଉପରୁ ୩୦ ଫୁଟ୍ ତଳକୁ ଟ୍ରଲର ଖସି ପଡିଥିବା ଦେଖିବାକୁ ମିଳିଛି । ତେବେ ଅଳ୍ପକେ ଚାଳକ ଜଣଙ୍କ ବର୍ତ୍ତି ଯାଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ଟ୍ରଲରଟି ବିଶାଖାପାଟଣାରୁ ଯାଜପୁର ଅଭିମୁଖେ ଯାଉଥିଲା । କୌଣସି କାରଣ ବସତଃ ଭାରସାମ୍ୟ ହରାଇ ତଳକୁ ଖସିପଡିଥିବାବେଳେ ଚାଳକ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଚାଳକ ଜଣକ ହେଲେ ଦେବବ୍ରତ ସାହୁ ।
ଖବର ପାଇ ହାଇଓ୍ବେ ପେଟ୍ରୋଲିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାଳକଙ୍କୁ ଉଦ୍ଧାର କରି ନିକଟସ୍ଥ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଖଲିକୋଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଆହୁରି ପଢନ୍ତୁ ଓଡିଶା ଖବର...
ଅର୍ଗସ ବ୍ୟୁରୋ: ନାରୀଶକ୍ତି ବନ୍ଦନ ବିଧେୟକ ପ୍ରଧାନମନ୍ତ୍ରୀ ମୋଦିଙ୍କର ଏପରି ମାଷ୍ଟରଷ୍ଟ୍ରୋକ୍ ଯାହା ଦେଶର ମହିଳାଙ୍କୁ ରାଜନୀତିର ସର୍ବୋଚ୍ଚ ସ୍ତରରେ ନିଷ୍ପତ୍ତି ନେବାର ଅଧିକାର ଦେବ । ଆଉ ଏଥିପାଇଁ ବିଲକୁ ବିରୋଧୀ ବି ଅଟକାଇ ପାରୁନାହାଁନ୍ତି । ବୁଧବାର ଦିନ ମହିଳା ସଂରକ୍ଷଣ ବିଲ୍ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ସହ ଲୋକସଭାରେ ପାରିତ ହୋଇଥିଲା । ଏହାର ସପକ୍ଷରେ ୪୫୪ ଭୋଟ୍ ଦିଆଯାଇଥିଲା ଏବଂ ଏହା ବିରୋଧରେ ୨ ଭୋଟ୍ ଦିଆଯାଇଥିଲା । ଏପଟେ ରାଜ୍ୟସଭାରେ ଏବେ ହୋଇଛି ଏହି ବିଲକୁ ନେଇ ଆଲୋଚନା । ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି , ଦେଶର ଏହି ସ୍ବର୍ଣ୍ଣିମ କ୍ଷଣର ସାଖୀ ସମସ୍ତ ଦଳର ସଦସ୍ୟ ରହିଛନ୍ତି, ଏହି ବିଲ୍ କାର୍ଯ୍ୟକାରୀ ହେବାପରେ ଦେଶର ମାତୃଶକ୍ତିଙ୍କ ଭୂମିକା ବଦଳିବ, ଯାହା ଦେଶକୁ ନୂତନ ଶିଖରରେ ପହଞ୍ଚାଇବ ।
ସେପଟେ ଏହି ବିଲକୁ ବିରୋଧ କରିପାରୁନାହାନ୍ତି କି ସବୁଶ୍ରେୟ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଯାଉଥିବା ଦେଖି ସହି ପାରୁନାହନ୍ତି। ବାଧ୍ୟବାଧକତାରେ ସବୁ ଦଳ କରିଛନ୍ତି ବିଲକୁ ସମର୍ଥନ। ମହିଳା ସଂରକ୍ଷଣ ବିଲ୍’ ମହିଳାମାନଙ୍କ ପ୍ରତି ସମାନତା ଆଣିବ ବୋଲି ଗୁରବାର ରାଜ୍ୟସଭାରେ ଏହି ବିଲ୍ ଆଗତ କରି ଉଦ୍ବୋଧନ ଦେବା ବେଳେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି।
ସେପଟେ ରାଜ୍ୟସଭାରେ ଏହା ଉପରେ ହୋଇଛି ମାରାଥନ ବିତର୍କ । ରାଜ୍ୟସଭାରେ ବିତର୍କ ବେଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି, ପ୍ରଧାନମନ୍ତ୍ରୀ ସଦାବେଳେ WOMEN LED DEVELOMENT କୁ ଗୁରୁତ୍ବ ଦେଇ ଆସିଛନ୍ତି । ଏଣୁ ଏହି ବିଲ ଦେଶର ନାରୀଶକ୍ତିଙ୍କୁ ରାଷ୍ଟ୍ରନିର୍ମାଣରେ ସର୍ବୋଚ୍ଚ ଅଧିକାର ଦେବାର ମାଧ୍ୟମ ପାଲଟିବ ଏବେ।ଅନ୍ୟପଟେ ରାଜ୍ୟସଭା ବିତର୍କରେ ବିରୋଧୀ ବିଲକୁ ସମର୍ଥନ ଜଣାଇଥିଲେ ବି ଜୋରଦାର ବିତର୍କ ଦେଖିବାକୁ ମିଳିଥିଲା । ନାରୀ ଶକ୍ତି ବନ୍ଦନ ଅଧିନିୟମ ଚିଠା’ ସଂକ୍ରାନ୍ତ ବିତର୍କରେ ‘ବିଜେପି’ର ୧୪ଜଣ ମହିଳା ସାଂସଦ ଓ ମନ୍ତ୍ରୀ ଭାଗ ନେଇଥିଲେ।
ରାଷ୍ଟ୍ରପତିଙ୍କ ମୋହର ସହ ନାରୀଶକ୍ତି ବନ୍ଦନ ବିଧେୟକ କାର୍ଯ୍ୟକାରୀ ହେଲେ ଲୋକସଭା ସମେତ ସବୁ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ 33 ପ୍ରତିଶତ ଆସନ ସଂରକ୍ଷିତ ରହିବ। ଅର୍ଥାତ ଲୋକସଭାରେ 543 ଆସନ ଆସନ ମଧ୍ୟରୁ 181 ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ସେହିପରି ଓଡ଼ିଶା ବିଧାନସଭାର 147 ଆସନ ମଧ୍ୟରୁ 49ଟି ଆସନ ରିଜର୍ଭ ରହିବ ମହିଳାଙ୍କ ପାଇଁ। ତେବେ ରାଜ୍ୟସଭା କିମ୍ବା ବିଧାନ ପରିଷଦ କ୍ଷେତ୍ରରେ ଏହା ଲାଗୁ ହେବ ନାହିଁ। ସେହିପରି ଏସସି ଏସଟି ମହିଳାଙ୍କ ପାଇଁ ବିଲରେ ଅଲଗା ସଂରକ୍ଷଣ ବ୍ୟବସ୍ଥା ନାହିଁ। ବର୍ତ୍ତମାନ ଏସସି ଏସଟି ବର୍ଗଙ୍କ ପାଇଁ ଥିବା ସଂରକ୍ଷିତ ଆସନ ମଧ୍ୟରୁ 33 ପ୍ରତିଶତ ସେହି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ବର୍ତ୍ତମାନ ଲୋକସଭାରେ ଏସସି ବର୍ଗ ପାଇଁ 84ଟି ଆସନ ସଂରକ୍ଷିତ ଥିବା ବେଳେ ବିଲ ଲାଗୁ ହେଲେ ସେଥିରୁ 28ଟି ଆସନ ଏସସି ମହିଳାଙ୍କ ପାଇଁ ସଂରକ୍ଷିତ ହେବ। ସେହିପରି ଏସଟି ବର୍ଗ ପାଇଁ ଏବେ 47ଟି ଆସନ ସଂରକ୍ଷିତ ରହିଛି। ନାରୀ ଶକ୍ତି ବିଧେୟକ କାର୍ଯ୍ୟକାରୀ ହେଲେ ସେଥିରୁ 16ଟି ଆସନ ସଂରକ୍ଷିତ ରହିବ ଏସଟି ମହିଳାଙ୍କ ପାଇଁ।
ଅଧିକ ପଢ଼ନ୍ତୁ ଦେଶ ଖବର: