ଏହା ପାଇଁ ଆପଣ ପ୍ରଥମେ ଗୁଗୁଲ୍ ପ୍ଲେ ଷ୍ଟୋର ଓପନ କରନ୍ତୁ ଏବଂ ସେଠାରେ UTS ଆପ୍ଲିକେସନ ଡାଉନଲୋଡ୍ କରନ୍ତୁ । ଏହା କରିବା ପରେ ଲଗଇନ୍ ଅପ୍ସନ ଉପରେ କ୍ଆଲିକ୍ସି କରି ଲଗଇନ୍ କରନ୍ତୁ। ଏହାପରେ ଯଦି ଆପଣ ପ୍ଲାଟଫର୍ମ ଟିକେଟ୍ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଉକ୍ତ ବିକଳ୍ପକୁ ଚୟନ କରନ୍ତୁ । ଯେହେତୁ ଆପଣ UTS ଆପ୍ଲିକେସନ ଦ୍ୱାରା ଟିକେଟ ବୁକିଂ କରୁଛନ୍ତି ତେଣୁ ଆପଣ ଏହି ପରିସ୍ଥିତିରେ ପେପରଲେସ ବିକଳ୍ପ ବାଛନ୍ତୁ । ଆଉ ଯଦି ଆପଣ ଜେନେରାଲ ଟିକେଟ ବୁକିଂ କରିବାକୁ ଚାହୁଁଛନ୍ତି ତେବେ ଆପଣ ନିଜର ବାହାରିବା ଏବଂ ଯିବା ସ୍ଥାନର ନାମ ଏଣ୍ଟର କରନ୍ତୁ । ଏହାପରେ ଯାତ୍ରୀ ବିବରଣୀ ପୂରଣ କରନ୍ତୁ ଏବଂ ଟିକେଟ ବୁକିଂ ଅପ୍ସନ ଉପରେ କ୍ଲିକ କରନ୍ତୁ । ଏଠାରେ ଆପଣଙ୍କୁ ଟିକେଟ ବୁକିଂ ପାଇଁ ଥିବା ଦେୟ (ଶୁଳ୍କ ) ଦେବାକୁ ପଡ଼ିବ ଯାହା ପରେ ଆପଣଙ୍କ ଟିକେଟ ବୁକିଂ ହୋଇଯିବ । ଯାହା ଆପଣଙ୍କ ମୋବାଇଲ ସ୍କ୍ରିନରେ ଦେଖାଯିବ । ଏହାକୁ ଆପଣ ଚାହିଁଲେ ଡାଉନଲୋଡ ବି କରିପାରିବେ । ତାସହିତ ଆପଣ SMS ମାଧ୍ୟମରେ ମଧ୍ୟ ଟିକେଟ ପାଇପାରିବେ।
ଅଧିକ ପଢନ୍ତୁ ଭାରତ ଖବର