ଏଥିପାଇଁ ବାକି ରହିଛି ମାତ୍ର ୨୮ ଲକ୍ଷରୁ କିଛି ଅଧିକ ସଂଖ୍ୟାର ଟିକାକରଣ, ଯାହା ହୁଏତ ଖୁବ୍ ଶୀଘ୍ର ପୁରଣ ହେବାର ସମ୍ଭାବନା ରହିଛି । ୨୦୨୧ ଜାନୁଆରୀ ୧୬ ରୁ ଦେଶରେ ଆରମ୍ଭ ହୋଇଥିଲା କୋଭିଡ୍ ଟିକାକରଣ । ମାତ୍ର ୧୯ ମାସର ବ୍ୟବଧାନରେ ଭାରତ ୨୦୦ କୋଟି ଡୋଜ୍ ପୁରଣ କରିବାକୁ ଯାଉଛି । ମୋଦି ସରକାରଙ୍କ ନିଷ୍ପତି ଅନୁସାରେ ଏବେ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କ ପାଇଁ ମାଗଣା ବୁଷ୍ଟର ଡୋଜ୍ ଦେବାର ଅଭିଯାନ ଆରମ୍ଭ ହୋଇଛି ଯାହା ୭୫ ଦିନ ଯାଏ ଚାଲିବ ।