ବ୍ରିଟେନ: ହିରା ବ୍ୟବସାୟୀ ନିରବ ମୋଦିର ଜାମିନ ଆବେଦନ ଆଜି ଶୁଣାଣି ହେବ । ଓ୍ୱେଷ୍ଟମିଷ୍ଟର ମାଜିଷ୍ଟ୍ରେଟ କୋର୍ଟରେ ଶୁଣାଣି ଆଜି ହେବ । ପଳାତକ ନିରବ ମୋଦି ଶେଷରେ ଗିରଫ ହୋଇଛି । ପିଏନବି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ନିରବ ମୋଦିକୁ ଲଣ୍ଡନରୁ ଗିରଫ କରାଯାଇଥିଲା । ୧୩ହଜାର ୫୦୦ କୋଟିର ମହାଘୋଟାଲା କରି ଫେରାର୍ ଥିଲା ନିରବ । ଦେଶ ଛାଡି ନିରବ ମୋଦି ଲଣ୍ଡନରେ ଲୁଚିଥିଲା । ଚେହେରା ବଦଳାଇ ସେଠାରେ ବିଳାସମୟ ଜୀବନଯାପନ କରୁଥିଲା । ଏପରିକି ସେଠାରେ ମଧ୍ୟ ହୀରା ବ୍ୟବସାୟ ଆରମ୍ଭ କରିଥିଲା ବୋଲି କିଛିଦିନ ତଳେ ଖବର ମିଳିଥିଲା ।
ପିଏନବି ଘୋଟାଲାର ଫେରାର୍ ଥିବା ଅଭିଯୁକ୍ତ ନିରବ ମୋଦିକୁ ଲଣ୍ଡନରୁ ଗିରଫ ହୋଇଥିଲା । ପିଏନବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ବିରୁଦ୍ଧରେ ଲଣ୍ଡନ କୋର୍ଟ ପକ୍ଷରୁ ୱାରେଣ୍ଟ ଜାରି କରାଯାଇଥିଲା । ଏହି ୱାରେଣ୍ଟ ବଳରେ ତାକୁ ଗିରଫ କରାଯାଇଛି । ମୋଦିକୁ ପ୍ରତ୍ୟର୍ପଣ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଲଣ୍ଡନ ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଲଣ୍ଡନ ସରକାର ଏହାକୁ ଗୁରୁତର ସହ ନେଇ ପଦକ୍ଷେପ ନେଇଥିଲା । ଯାହାର ଫଳ ସ୍ୱରୂପ ନିରବ ମୋଦିକୁ ଗିରଫ କରାଯାଇଥିଲା ।
