ସେ କହିଛନ୍ତି ଯେ ବ୍ରିଟେନ ସରକାର ଲଣ୍ଡନରେ ଭାରତୀୟ ଦୂତାବାସକୁ ସୁରକ୍ଷା ପ୍ରଦାନ କରିବାରେ ସମ୍ପୂର୍ଣ ରୂପେ ବିଫଳ ହୋଇଛନ୍ତି । ସେ କହିଛନ୍ତି ଯେ ଭାରତ ସୁରକ୍ଷାର ଅଲଗା ଅଲଗା ମାପଦଣ୍ଡକୁ ସ୍ୱୀକାର କରି ପାରିବ ନାହିଁ। ଜୟଶଙ୍କର ବେଙ୍ଗାଲୁରୁ ଠାରେ ଭାରତୀୟ ଜନତା ଯୁବ ମୋର୍ଚା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏହା କହିଛନ୍ତି।
ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟାଙ୍କ ଦ୍ୱାରା ବେଙ୍ଗାଲୁରୁ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଶ୍ନୋତ୍ତର ବେଳେ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଜୟଶଙ୍କର କହିଛନ୍ତି ଯେ ଦୂତାବାସ ବା ହାଇକମିଶନଙ୍କ କାର୍ଯ୍ୟାଳୟ ପରିସରର ସୁରକ୍ଷା ଓ ସମ୍ମାନ ଉପରେ ଧ୍ୟାନ ଦେବା ସେହି ଦେଶର କର୍ତବ୍ୟ, ଯେଉଁ ଦେଶରେ ଏହି ଦୂତାବାସ ବା ହାଇ କମିଶନ ସ୍ଥିତ । ଉକ୍ତ ଦେଶର ଉତ୍ତରଦାୟିତ୍ୱ ହେଲା ଯେ ସେ ଜଣେ କୂଟନୀତିଜ୍ଞଙ୍କୁ କାମ କରିବାରେ ସୁରକ୍ଷା ପ୍ରଦାନ କରିବ । ବ୍ରିଟେନରେ ଏହି ଉତ୍ତରଦାୟିତ୍ୱକୁ ପୂରା କରାଯ।ଇ ନାହିଁ । ଏହାକୁ ନେଇ ଆମର ବ୍ରିଟେନ ସରକାରଙ୍କ ସହ କଥାବାର୍ତ୍ତା ହୋଇଛି ।
ସେ କହିଛନ୍ତି ଯେ ଯେଉଁ ଦିନ ଉପଦ୍ରବୀ ମାନେ ହାଇ କମିଶନଙ୍କ ସାମନାରେ ଏକତ୍ରିତ ହୋଇଥିଲେ ସେହି ଦିନ ହାଇକମିଶନର ସୁରକ୍ଷା ବ୍ୟବସ୍ଥା ପର୍ଯ୍ୟାପ୍ତ ନ ଥିଲା । ସେ କହିଛନ୍ତି ଯେ ଅନେକ ଦେଶ ସୁରକ୍ଷା ବ୍ୟବସ୍ଥାକୁ ନେଇ କୌଣସି ପ୍ରକାର ଚିନ୍ତିତ ନାହାନ୍ତି । ସେହି ଦେଶ ମାନେ ନିଜର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅଲଗା ପ୍ରକାର ଚିନ୍ତା କରିଥାନ୍ତି । ହେଲେ ଅନ୍ୟ ଦେଶ ମାନଙ୍କର ସୁରକ୍ଷା ପ୍ରତି ତାଙ୍କର କୌଣସି ପ୍ରକାର ଚିନ୍ତା ନାହିଁ ।
ସେ କହିଛନ୍ତି ଯେ ଜଣେ ବିଦେଶ ମନ୍ତ୍ରୀ ଭାବେ ମୁଁ ଆପଣଙ୍କୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଏଭଳି ଅଲଗା ଅଲଗା ମାପଦଣ୍ଡକୁ ଆମେ ସ୍ୱୀକାର କରିବୁ ନାହିଁ ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପଳାତକ ଖଲିସ୍ତାନୀ ଅମୃତପାଲ ସିଂହ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ବିରୁଦ୍ଧରେ ଖଲିସ୍ତାନୀ ସମର୍ଥକ ମାନେ ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହି ସମୟରେ ସେମାନେ ଭାରତୀୟ ଜାତୀୟ ପତାକାକୁ ମଧ୍ୟ ଖୋଲିବାକୁ ଚେଷ୍ଟା କରିଥିଲେ । ସେମାନେ ହାଇକମିଶନରେ ଭଙ୍ଗାରୁଜା ମଧ୍ୟ କରିଥିଲେ ।
ଆହୁରି ପଢନ୍ତୁ ବିଦେଶ ଖବର...