ଏହି ଭିଡିଓରେ ବି ଆପଣ ସେମିତି କିଛି ଦେଖୁଛନ୍ତି । ଆପଣ ସମସ୍ତଙ୍କ ସହିତ ପିଲାବେଳେ ଏମିତି ଘଟଣା ତ ନିଶ୍ଚିତ ଘଟିଥିବ । ଯେଉଁ ଭାଇ ସହ ଝଗଡା କରି ସ୍କୁଲ ଯାଇଥିବେ, ସ୍କୁଲରୁ ଫେରିଲା ବେଳେକୁ ବାଟ ଚାହିଁ ସେ ବସିଥିବ । କାହିଁକି ନା ସେ ଭଲ ଭାବରେ ଜାଣିଛି ମୋ ଭଉଣୀ ଆସିଲେ ମୁଁ ତା ସହ ଖାଇବି ତା ସହ ଖେଳିବି ।
ସ୍କୁଲ ବସ୍ ରୁ ଭଉଣୀ ଓହ୍ଲାଉ ଓହ୍ଲାଉ ଭଉଣୀ ଦୁଆରେ ମୁହଁରେ ଠିଆ ହୋଇଛି । ଆଉ ହାତ ବଢେଇ ଦେଉଛି । ଭଉଣୀ ଟି କୁନି ଭାଇକୁ ଦେଖି କୁଣ୍ଢାଇ ପାକଉଛି । ଖୁସିରେ ତା ଛାତି ଫାଟି ଯାଉଛି ।
ଛୁଆଟୁ ବୁଢା ଯାଏ ଭାଇ ଆମ ପଛେ ପଛେ ଥାଏ । ଭାଇ ଭଉଣୀର ଏ ସମ୍ପର୍କ ଦୁନିଆର ସବୁଠୁ ମିଠା । ଦୁନିଆରେ ସବୁ ପରିସ୍ଥିତିରେ ଭାଇ ପଛେ ପଛେ ଭଉଣୀ ଥାଏ । ଆଉ ଭଉଣୀ ପଛେ ପଛେ ଭାଇ ।
କାହିଁକି ନା ଏ ସମ୍ପର୍କ ହିଁ ସେମିତି । ଯେଉଁଠି ଜଣଙ୍କ କିଛି ହେଲେ ଆର ଜଣ ଧାଇଁ ଆସେ । କିଛି ନକହିଲେ ବି ମନ କଥା ପଢି ନିଏ । ସେ ହକ୍ ଦେଖାଏ, ଜିଦ୍ଦି କରେ ବିରକ୍ତ କରେ ହେଲେ ଏଥିରେ ଥାଏ ପୁଳାଏ ଭଲ ପାଇବା ମେଞ୍ଚାଏ ସ୍ନେହ...
ସ୍ନେହ ବୋଳା ଏ ସମ୍ପର୍କକୁ କାହାରି ନଜର ନଲାଗୁ ।