ଅର୍ଗସ ବ୍ୟୁରୋ: ପାକିସ୍ତାନ ତାର ଆତଙ୍କୀ ଚିନ୍ତାଧାରାକୁ କେବେ ବି ଛାଡିପାରିବ ନାହିଁ । ଭାରତ ସହ ତାର ଷଡଯନ୍ତ୍ର କରିବା ପାକ୍ ଏକ ପ୍ରକାର ଧର୍ମ ହୋଇସାରିଲାଣି । ପୁଣି ପାକ୍ ତାର ଆତଙ୍କୀ ଚିନ୍ତାଧାରାର ପ୍ରମାଣ ଦେଇଛି । ଏତେ କଡା ସୁରକ୍ଷା ସତ୍ୱେ ମଧ୍ୟ ପାକିସ୍ତାନର ଡ୍ରୋନ୍ ଭାରତ ସୀମାରେ । ପାକ୍ ପୁଣି ଡ୍ରୋନ୍ ପଠାଇ ଭାରତର ପଞ୍ଜାବ ଆକାଶରେ ଉଡାଇଛି ।
ପଞ୍ଜାବ ଫିରୋଜପୁରରେ ପୁଣି ଦେଖିବାକୁ ମିଳିଛି ପାକିସ୍ତାନୀ ଡ୍ରୋନ୍ । ପଞ୍ଜାବର ଝୁଂଞ୍ଝାରା ହଜାରା ସିଂହବାଲାର ସୀମାବର୍ତ୍ତୀ ଗାଁରେ ଆଜି ସକାଳେ ଦୁଇଟି ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଉଡିବାବେଳେ ଏହି ଡ୍ରୋନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିଏସଏଫ ଓ ପଞ୍ଜାବ ପୋଲିସ ଡ୍ରୋନକୁ ଖୋଜିବାରେ ଲାଗିଛନ୍ତି । ଗତ କିଛି ଦିନ ମଧ୍ୟରେ ପାକିସ୍ତାନ ଡ୍ରୋନ ବାରମ୍ବାର ଭାରତ ସୀମାକୁ ପଶିଆସୁଥିବା ଦେଖାଯାଇଛି ।
ସୋମବାର ରାତିରେ ପଞ୍ଜାବର ହୋସିନବାଲା ସେକ୍ଟରରେ ପାକିସ୍ତାନ ଡ୍ରୋନ ଭାରତ ସୀମାକୁ ପଶିଆସିଥିଲା । ଖବର ଅନୁସାରେ, ଡ୍ରୋନ ସୀମାରେ ପଶିଆସିବାର କିଛି ସମୟ ପରେ ପୁଣି ପାକିସ୍ତାନ ଚାଲିଯାଇଥିଲା । ପୋଲିସର ଦାବି ଅନୁସାରେ, ଡ୍ରୋନ ଭାରତର ସୀମାରେ କିଛି ବସ୍ତୁ ପକାଇବାକୁ ଚାହିଁଥିଲା, କିନ୍ତୁ ଏଥିରେ ସଫଳ ହୋଇନଥିଲା । ମଙ୍ଗଳବାର ବି ଡ୍ରୋନ ଭାରତୀୟ ସୀମାରେ ପ୍ରବେଶ କରିଥିବା ଖବର ବିଏସଏଫ ଦେଇଥିଲା ।
ଗତମାସ ୨୫ ତାରିଖରେ ପଞ୍ଜାବର ତରନତାରନରେ ଏକ ନଷ୍ଟ ହୋଇଥିବା ଡ୍ରୋନକୁ ଜବତ କରିଥିଲା ପୋଲିସ । ଯାଞ୍ଚ ବେଳେ ଜଣାପଡିଥିଲା ଯେ, ଖଲିସ୍ତାନ ଜିନ୍ଦାବାଦ ଫୋର୍ସ ଓ ଖଲିସ୍ତାନ ଲିବରେସନ ଫୋର୍ସ ଏହି ଡ୍ରୋନ ପଠାଇଥିଲା । ଯାହାକି ଏହା ପାକିସ୍ତାନରୁ ଆସିଥିଲା । ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡିକ ଡ୍ରୋନ୍ ମାଧ୍ୟମରେ ନିଶା ଦ୍ରବ୍ୟ ଓ ଅସ୍ତ୍ରଶସ୍ତ୍ର ଭାରତ ଭିତରକୁ ଚାଲାଣ କରୁଥିବା ସୂଚନା ରହିଛି ।
ସେପ୍ଟେମ୍ବର ୨୪ ତାରିଖରେ ଖଲିସ୍ତାନୀ ଜିନ୍ଦାବାଦ ଫୋର୍ସ ଆତଙ୍କବାଦୀ ସଂଗଠନ ଡ୍ରୋନ୍ ମାଧ୍ୟମରେ ଅସ୍ତ୍ର ପଠାଇ ଧରାପଡ଼ିଥିଲା । ଏହି ଘଟଣା ପରେ ପଞ୍ଜାବ ସୀମାରେ ହାଇଆଲର୍ଟ ଜାରି କରାଯାଇଥିଲା । ଡ୍ରୋନ୍ ସଂପର୍କରେ ବିଏସ୍ଏଫ୍ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି ।
ଅର୍ଗସ ବ୍ୟୁରୋ : ପୁଣି ପଦାରେ ପଡ଼ିଲା କଟକ ଏସସିବି ମେଡିକାଲର ଅବ୍ୟବସ୍ଥା । ଏସସିବି ବଡ଼ ମେଡିକାଲରେ ଶବ ବ୍ୟବଚ୍ଛେଦ ବନ୍ଦ । ଶବ ବ୍ୟବଚ୍ଛେଦ ଗୃହ ବାହାରେ ଓ ଭିତରେ ଲହଡି ଭାଙ୍ଗୁଛି ନର୍ଦ୍ଦମା ପାଣି । ଫଳରେ ସକାଳ ୯ ଠାରୁ ଆରମ୍ଭ ହେବାକୁ ଥିବା ଶବ ବ୍ୟବଚ୍ଛେଦ ବନ୍ଦ ହୋଇ ରହିଛି। ବାହାରେ ମୃତ ଶରୀରର ଗୁଡ଼ିକ ଶବବୁହା ଟ୍ରଲି ଉପରେ ପଡି ରହିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଏସସିବିରେ ପ୍ରତିଦିନ ୪୦ ୫୦ ଶବବ୍ୟବଚ୍ଛେଦ କରାଯାଇଥାଏ । ଏସସିବିରେ ଏହି ଅବ୍ୟବସ୍ଥା ଆଜିର ନୁହେଁ, ବାରମ୍ବାର ବାରମ୍ବାର ନର୍ଦ୍ଦମା ପୋଷ୍ଟମର୍ଟମ ଗୃହ ପଶିଥାଏ ବୋଲି ଅଭିଯୋଗ ହୋଇଛି । ଗତକାଲିଠୁ ପୋଷ୍ଟମର୍ଟମ ଗୃହରେ ଏପରି ବ୍ୟବସ୍ଥା ଦେଖାଯାଇଥିବା ସୂଚନା ରହିଛି ।
ଅର୍ଗସ ବ୍ୟୁରୋ: କଟକ ଐତିହାସିକ ବାଲିଯାତ୍ରା ଆଉ ଗୋଟିଏ ଦିନ ବଢିଲା । ଆଜି ସରିଥାନ୍ତା ବାଲିଯାତ୍ରା । ହେଲେ ବାଲିଯାତ୍ରା ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଦୁଇ ଦିନ ବଢାଇବାକୁ ଅନୁରୋଧ କରିଥିଲେ ସିଏମସି ମେୟର । ଜନସାଧାରଣଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଦିନଟିଏ ବଢାଇବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଏନେଇ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।
କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହୋଇଥିବା ବାଲିଯାତ୍ରାର ଆଜି ଶେଷ ଦିନ ଥିଲା । ଗତକାଲି ଛୁଟି ବାର ଥିବାବେଳେ ପ୍ରବଳ ଭିଡ ହୋଇଥିଲା । ପାଖାପାଖି 10 ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ବାଲିଯାତ୍ରା ବୁଲିଥିଲେ ।
ବାଲିଯାତ୍ରାରେ ଭୂତ; ବିକଟାଳ ରଡି ସାଙ୍ଗକୁ ବଡ଼ ବଡ଼ ନଖ ଦେଖି ଲୋକେ ଛାନିଆ
ନୂଆପଡା: ଏଟିଏମ୍ ଭାଙ୍ଗି ୧୪ ଲକ୍ଷ ୮୦ ହଜାର ୫୦୦ ଟଙ୍କା ଲୁଟି ନେଲେ ଦୁବୃର୍ତ୍ତ। ନୂଆପଡା ଖଡିଆଳ ସହରର ମିଶନ ହସ୍ପିଟାଲ ଆଗରେ ଥିବା ଏସବିଆଇ ଏଟିମ୍ ରୁ ହୋଇଛି ଲୁଟ୍।
ଗ୍ୟାସ କଟରରେ ଏଟିଏମକୁ କାଟି ଦୁର୍ବୃତ୍ତ ଲୁଟିନେଇଥିଲେ ଲକ୍ଷ ଲକ୍ଷ ଟଙ୍କା। ଏନେଇ ଥାନାରେ ଅଭିଯୋଗ କରାଯିବା ପରେ ଖଡିଆଳ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର