ଗୁପଚୁପ ସମସ୍ତଙ୍କ ପ୍ରିୟ। ଛୋଟପିଲା ଠାରୁ ବଡ ଲୋକ ଯାଏ ଗୁପ୍ଚୁପ୍ ଖାଇବାକୁ ସମସ୍ତେ ପସନ୍ଦ କରିଥାଆନ୍ତି। ଚଟପଟା ସ୍ୱାଦ ସାଙ୍ଗକୁ ବାସ୍ନାଭରା ଖଟାପାଣି ଗ୍ରାହକଙ୍କୁ ଆକୃଷ୍ଠ କରିଥାଏ । ଗୁପ୍ଚୁପ୍ ବିକ୍ରି କରୁଥିବା ବ୍ୟବସାୟୀ ଜଣକ ପୁରୁଷ ହୋଇଥାଆନ୍ତି। କିନ୍ତୁ ଦର୍ଶକବନ୍ଧୁ ବର୍ତ୍ତମାନ ଜଣେ ଯୁବତୀ ମସଲାଦାର ଗୁପ୍ଚୁପ୍ ବିକ୍ରି କରି ନିଜର ପରିଚୟ ସୃଷ୍ଟି କରିଛି। ଇନଷ୍ଟାଗ୍ରାମ ପେଜ୍ରେ ତାପସୀଙ୍କ ଏହି ଭିଡିଓ ଭାଇରାଲ ହେଉଛି । ଗୁପ୍ଚୁପ୍ ବ୍ୟବସାୟ କରୁଥିବା ଯୁବତୀଙ୍କ ନାଁ ତାପସୀ ଉପାଧ୍ୟାୟ। ତାଙ୍କ ବୟସ ୨୧ ବର୍ଷ। ବିଟେକ ପାନିପୁରୀବାଲୀ ନାଁରେ ସେ ବର୍ତ୍ତମାନ ବେଶ୍ ଜଣାଶୁଣା। ବିଟେକ୍ ପାସ୍ କରିବା ପରେ ତାପସୀ ଚାକିରି ପଛରେ ନଗୋଡାଇ ଗୁପଚୁପ୍ ବ୍ୟବସାୟ କରୁଥିବା କହିଛନ୍ତି।
ତାପସୀଙ୍କ ଗୁପ୍ଚୁପ୍ ଷ୍ଟଲ କିଛି ଭିନ୍ନ ଧରଣର ହୋଇଥିବାବେଳେ ତାଙ୍କର ଏକ ୱେବ୍ସାଇଟ୍ ଥିବା ମଧ୍ୟ ଥିବା ସେ କହିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହି ଭିଡିଓଟି ଦେଖି ଝିଅଟିକୁ ସମସ୍ତେ ବହୁତ ପ୍ରସଂଶା କରୁଛନ୍ତି।
ଭାରତ ଖବର ଆହୁରି ପଢ଼ନ୍ତୁ