ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟ ଲୋକାଭିମୁଖୀ । କୃଷି, ଇନ୍ଫ୍ରାଷ୍ଟ୍ରକଚର, ଆୟକର, ଶିକ୍ଷା, ସ୍ୱାସ୍ଥ୍ୟ ଏ ତମାମ ପରିସ୍ଥିତି ଉପରେ ନଜର ରଖି ମୋଦି 2.0 ସରକାରର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ହୋଇଛି ।
ବିଶେଷ କରି ଏହି ପୂର୍ଣ୍ଣାଙ୍ଗ ବଜେଟରେ ଆୟକର ସ୍ଲାବରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଶେଷ କରି ଗରିବ ଏବଂ ମଧ୍ୟବିତ୍ତ ପରିବାରର ପକେଟକୁ ସୁହାଇଲା ଭଳି ଏହି ବଜେଟ ପ୍ରସ୍ତୁତ ହୋଇଛି । ଏହା ସହିତ ଟିକସ ବ୍ୟବସ୍ଥାକୁ ଆହୁରି ସରଳ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
୫ ଲକ୍ଷ ଯାଏଁ ଆୟ କରୁଥିବା ବ୍ୟକ୍ତି ଦେବେନି କୌଣସି ଆୟକର । ବାର୍ଷିକ ଆୟ ୫ ଲକ୍ଷ ଟଙ୍କାରୁ ୭ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ଥିଲେ ୧୦ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ପୂର୍ବରୁ ଏହା ୨୦ ପ୍ରତିଶତ ଥିଲା । ଅନ୍ୟପଟେ ୧୦ ଲକ୍ଷରୁ ୧୨.୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଆୟକର ଲାଗିବ ଯାହା ପୂର୍ବରୁ ୩୦ ପ୍ରତିଶତ ଥିଲା ।
୧୨.୫ ରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଆୟକର ଦେବାକୁ ପଡ଼ିବ । ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଆୟକର ଲାଗିବ । ନୂଆ ତିଆରି ହୋଇଥିବା କମ୍ପୀନୀ ଗୁଡ଼ିକ ୧୫ ପ୍ରତିଶତ ଟାକ୍ସ ପ୍ରଦାନ କରିବେ ।