ଡିଜିଟାଲ ୟୁନିଭରସିଟି ପରେ ଡିଜିଟାଲ ଲାଇବ୍ରେରି ଓଡିଶାକୁ ଦେବାକୁ ଯାଉଛି ନୂଆ ରାହା । ଛୋଟ ପିଲା ଓ କିଶୋରଙ୍କ ପାଇଁ ଡିଜିଟାଲ ଲାଇବ୍ରେରି ସହ ପଞ୍ଚାୟତ ଓ ଓ୍ବାର୍ଡରେ ଖୋଲାଯିବ ପାଠାଗାର । ସେହିପରି ଜିଲ୍ଲା ଶିକ୍ଷା ଓ ତାଲିମ ସଂସ୍ଥାନ ଦ୍ବାରା ଶିକ୍ଷକଙ୍କୁ ମିଳିବ ନୂଆ ପ୍ରଶିକ୍ଷଣ । ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ସବୁଠି ଓଡିଆ ପିଲାଙ୍କ ଶିକ୍ଷା ଶିଖର ଛୁଇଁବ । କେନ୍ଦ୍ର ସରକାରଙ୍କ ଫୋକସରେ ଥିବା ପକ୍କା ଘର ଯୋଜନା ଓ ହେନ୍ତାଳ ବଣ ବୃଦ୍ଧି ପାଇଁ ମିଷ୍ଟି ସ୍କିମ ପ୍ରତି ବର୍ଷ ପ୍ରାକୃତିକ ଦୁର୍ବିପାକର ଶୀକାର ହେଉଥିବା ଓଡ଼ିଶା କୁ ଅଧିକ ମଜବୁତ କରିବା ସହ ପ୍ରାକୃତିକ ବିପତ୍ତି ବିରୋଧରେ ବଳ ଯୋଗାଇବ ।
କିଟନାଶକ ମୁକ୍ତ କୃଷି ସମେତ ଶିଳ୍ପାଭିମୁଖୀ କୃଷି ବ୍ୟବସ୍ଥା ରାଜ୍ୟର ଚାଷ ଉପରେ ନିର୍ଭର କରୁଥିବା 80 ପ୍ରତିଶତ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ କରିବ । ପିଏମ-ପିଭିଟିଜି ବିକାଶ ମିଶନ ରାଜ୍ୟରେ ଆଦିବାସୀ ଜନଜାତିଙ୍କ ବିକାଶରେ ବଡ ସହାୟକ ହେବ । ମହିଳା ସମ୍ମାନ ଜମାପତ୍ର ବଚତ ଯୋଜନାରେ ବି ଓଡିଶାର ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ ଦିଗରେ ନୂଆ ପରିଚୟ ଦେବ ।
ଏ ସବୁ ଭିତରେ ରାଜ୍ୟ ସରକାରଙ୍କ ଅତୀତର ଟ୍ରାକ ରେକର୍ଡ କହୁଛି ରାଜ୍ୟକୁ ମିଳୁଥିବା କେନ୍ଦ୍ରୀୟ ଅର୍ଥରାଶୀ ସଠିକ ଭାବେ ଖର୍ଚ୍ଚ ନ ହୋଇ ପ୍ରତ୍ୟେକ ବର୍ଷ ଫେରିଯାଉଛି । ତେଣୁ 2023 ଆର୍ଥିକ ବର୍ଷରେ ଓଡିଶାକୁ ମିଳିବାକୁ ଥିବା ପ୍ରାୟ 82 ହଜାର କୋଟି ଟଙ୍କାକୁ ରାଜ୍ୟ ସରକାର କେମିତି ଖର୍ଚ୍ଚ କରୁଛନ୍ତି କି ପୂର୍ବ ଭଳି ଫେରି ଯାଉଛି ତାହା ସମୟ କହିବ ।
ଅର୍ଥନୀତି ଖବର ଆହୁରି ପଢ଼ନ୍ତୁ ।