ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ଆର୍ଥିକ ସ୍ବାବଲମ୍ବୀ ସହ ଏସଏଚଜି ମାନଙ୍କୁ ଆହୁରି ଆର୍ଥିକ ସଶକ୍ତ କରିବାକୁ ବଜେଟରେ ନୂଆ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦୀନଦୟାଲ ଅନ୍ତୋଦୟ ଯୋଜନା ନ୍ୟାସନାଲ୍ ରୁରାଲ ଲାଇଭଲିହୁଡ୍ ମିଶନରେ ଗ୍ରାମାଞ୍ଚଳରେ ମହିଳାମାନଙ୍କୁ ନେଇ ୮୧ ଲକ୍ଷ ଏସଏଚଜି ସୃଷ୍ଟି କରାଯାଇଛି । ଏହିସବୁ ଗ୍ରୁପ ଗୁଡିକୁ ନେଇ ଲାର୍ଜ ପ୍ରଡ୍ୟୁସର ଏଣ୍ଟରପ୍ରାଇଜର୍ସ ଗଠନ କରିବେ ସରକାର। ଯେଉଁଥିରେ ହଜାରରୁ ଅଧିକ ସଦସ୍ୟ ରହିବେ । ମାନଙ୍କୁ ସରକାରଙ୍କ ପକ୍ଷରୁ କଞ୍ଚାମାଲ ଯୋଗାଇ ଦିଆଯିବା ସହ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ବ୍ରାଣ୍ଡିଂ ଓ ମାର୍କେଟିଂ ପାଇଁ ସହାୟତା ଯୋଗାଇ ଦେବେ ସରକାର। ଆର୍ଥିକ ସହାୟତା ସହ ମହିଳାମାନଙ୍କୁ ପ୍ରଶିକ୍ଷଣ ମିଳିବ। ଏହାଦ୍ବାରା ଏସସି, ଏସଟି , ଓବିସି ମହିଳାଙ୍କ ସହ ସମାଜର ଦୁର୍ବଳ ଶ୍ରେଣୀ ବିଶେଷ ଭାବେ ଉପକୃତ ହେବେ ।
ପିଏମ କିଷାନ ନିଧି ଯୋଜନାରେ ୨.୨୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେବେ ସରକାର। ଏହି ଯୋଜନା ଅନ୍ତର୍ଗତ ପାଖାପାଖି ୩କୋଟି ମହିଳା ଚାଷୀ ୫୪ ହଜାର କୋଟି ଟଙ୍କାର ସହାୟତା ପାଇବେ। ଏଥର ବଜେଟରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟକୁ ୨୫,୪୪୮. ୭୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଯାହାର ସିଂହଭାଗ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ରେ ଖର୍ଚ୍ଚ କରାଯିବ ।