ଷଣ୍ଢ ଦୌଡର ଏହି ଦୃଶ୍ୟକୁ ଦେଖିଲେ ଆଖି ଖୋସି ହେଇଯାଉଛି । ଆଖି ପିଛୁଳାକେ ଏତେ ବଡ ଅଞ୍ଚଳକୁ କ୍ଷୀପ୍ର ଗତିରେ କିପରି ଦୌଡି ପଳାଇ ଆସୁଛନ୍ତି । ଆଉ ତାଙ୍କୁ କମାଣ୍ଡ ଦେବା ବ୍ୟକ୍ତିଙ୍କୁ ମଧ୍ୟ ମାନିବାକୁ ପଡିବ । ଏ ଦୃଶ୍ୟ ହେଉଛି କେରଳର । ମାରାମାଡି ପର୍ବରେ ଏହି ସ୍ୱତନ୍ତ୍ର ଦୌଡର ଆୟୋଜନ ହୋଇଥାଏ ।
ତେବେ ଭାଇରାଲ୍ ହେଉଥିବା ଏହି ଦୁଇ ଭିଡିଓକୁ ନେଇ ଲୋକେ ବିଭିନ୍ନ କମେଣ୍ଟ ଦେଇଛନ୍ତି । ଅନେକ ଏହାକୁ ଜୀବନ ପ୍ରତି ବିପଦ ଥିବା କଥା କହିବା ସହ ଉକ୍ତ ବ୍ୟକ୍ତିଙ୍କୁ ଅଲମ୍ପିକରେ ଭାଗ ନେବା ନେଇ କହିଥିବା ଦେଖିବାକୁ ମିଳିଛି ।