କୁଲ୍ଲୁ: ହିମାଚଳ ପ୍ରଦେଶର କୁଲ୍ଲୁରେ ଗୁରୁବାର ଏକ ମର୍ମନ୍ତୁଦ ବସ ଦୁର୍ଘଟଣା ହୋଇଛି । ପ୍ରଦେଶର କୁଲ୍ଲୁରେ ଗୁରୁବାର ଏକ ଘରୋଇ ବସ୍ 500 ଫୁଟ୍ ତଳକୁ ଖସିଯାଇଛି । ଏହି ଦୁର୍ଘଟଣାରେ 44 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 31ଜଣ ଗୁରୁତର ଆହାତ ହୋଇଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦୁର୍ଘଟଣା ନେଇ ମର୍ମାହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଘଟଣାର ତଦନ୍ତ ପାଇଁ ଆଦେଶ ଦେଇଛନ୍ତି ।
#UPDATE 43 people dead, 35 injured after a private bus fell into a deep gorge near Banjar area of Kullu district, earlier today. #HimachalPradesh pic.twitter.com/AQMnNnLFVO
— ANI (@ANI) June 20, 2019
କୁଲ୍ଲୁର ଏସପି ଶାଳିନୀ ଅଗ୍ନିହୋତ୍ରୀ କହିଛନ୍ତି ୪୪ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩୫ ଜଣ ଲୋକ ଆହତ ହୋଇଛନ୍ତି । ଉଦ୍ଧାର ଅପରେଶନ ଜାରି ରହିଛି । ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିବାରୁ ବସ୍ ଡ୍ରାଇଭର୍ ଭାରସାମ୍ୟ ହରାଇ ଦୁର୍ଘଟଣା ହୋଇଛି । ବସଟି ଗଡାଗୁଶେଣୀ ଦିଗରେ ଯାଉଥିଲା ।

ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ଓ ପୋଲିସ କର୍ମଚାରୀ ଅଛନ୍ତି । ସ୍ଥାନୀୟ ଲୋକଙ୍କର ସହାୟତାରେ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ । ମୃତକଙ୍କ ପରିବାରକୁ ରାଜ୍ୟ ସରକାର ଅନୁକମ୍ପା ରାଶି ଦେବା ପାଇଁ ଘୋଷଣା କରିଛନ୍ତି ।

