ଏହି ଜରି ଟଣା ଦୋକନରେ କୃଷ୍ଣା ଆଚାର ବିକନ୍ତି। ଗ୍ରାହକଙ୍କ ପ୍ରବଳ ଭିଡ ମଧ୍ୟ ହୋଇଥାଏ। କଠିନ ପରିଶ୍ରମ ବଳରେ ସେହି କୃଷ୍ଣା ଏବେ ରାସ୍ତା କଡ ଷ୍ଟଲରୁ ବଡ କମ୍ପାନୀର ମାଲିକାଣୀ। ଦିଲ୍ଲୀର ନଜଫଗଡରେ ରହୁଥିବା କୃଷ୍ଣାଙ୍କ କାହାଣୀ ନିଶ୍ଚିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ସଫଳତା ରାତା ରାତି କାହାକୁ ମିଳେ ନାହିଁ। ସଫଳତାର ମୁକୁଟ ସିଏ ପିନ୍ଧିବାରେ ସଫଳ ଯିଏ ଏକାଗ୍ର ଚିତ୍ତରେ କର୍ମ କରିଚାଲିଥାଏ । ତେବେ ଇଚ୍ଛା ଓ ବାରମ୍ବାର ପ୍ରଚେଷ୍ଟା ମଣିଷକୁ ନୂଅ ସମ୍ଭାବନା ଭେଟି ଦେଇଥାଏ ।
ଯାହାକି କୃଷ୍ଣାଙ୍କ କ୍ଷେତ୍ରରେ ଦେଖିବାକୁ ମିଲିଥିଲା। କୃଷ୍ଣାଙ୍କ ସ୍ବାମୀଙ୍କ ଗାଡି ଵ୍ୟଵସାୟରେ କ୍ଷତି ହେବା ପରେ ଚାଷ କାମ କରିଥିଲେ । ସେଥିରେ ବିଫଳତା ପରେ ଅଣ୍ଟା ଭିଡିଥିଲେ ନିଜେ କୃଷ୍ଣା । ନିଜେ କିଛି କରିବାର ଇଚ୍ଛା ଓ ସ୍ବାମୀଙ୍କୁ ସହଯୋଗ କରିବାର ଆଶା ନେଇ ଶିଖିଥିଲେ ଆଚାର ତିଆରି କରିବା । ଏଥି ପାଇଁ ପ୍ରେରଣା ଦେଇଥିଲା କୃଷି ଦର୍ଶନ କାର୍ଯକ୍ରମ । ତାଙ୍କ ରାସ୍ତା କଡ ଷ୍ଟଲରେ ଗ୍ରାହକଙ୍କ ଭିଡ ଦେଖି ଆରମ୍ଭ କରିଥିଲେ ଶ୍ରୀ କୃଷ୍ଣା ପିକେଲ କମ୍ପାନୀ । ଯାହା ଏବେ କୋଟିଏ ଟଙ୍କାର କମ୍ପାନୀ ଭାବରେ ଛିଡା ହୋଇଛି । ଆପଣ ଶୁଣିଲେ ଚକିତ ହେବେ ଵ୍ୟଵସାୟ ଆରମ୍ଭ କରିବା ପାଇଁ କୃଷ୍ଣାଙ୍କ ନିକଟରେ ଅର୍ଥ ନଥିଲା । ସାହସ କରି ୫୦୦ ଟଙ୍କା ଉଧାର ଆଣି ଆରମ୍ଭ କରିଥିଲେ ଏହି ଵ୍ୟଵସାୟ ।
ତେବେ ସେ ଆଜି ସଫଳ ହୋଇଛନ୍ତି । ନିଜ ଵ୍ୟଵସାୟ ପାଇଁ ନାରୀ ଶକ୍ତି ଆୱାର୍ଡ ହାସଲ କରିଛନ୍ତି ମହିଳା ଉଦୋଗୀ କୃଷ୍ଣା । କେବଳ ଏତିକି ନୁହେଁ ତାଙ୍କ ପିଲାଙ୍କୁ ସେ ଉଚ୍ଚ ଶିକ୍ଷା ପ୍ରଦାନରେ ସଫଳ ହୋଇଛନ୍ତି । ତାଙ୍କ ବଡ ପୁଅ ଉଚ୍ଚ ଶିକ୍ଷିତ ହୋଇ ଏବେ ଵ୍ୟଵସାୟରେ ମାଆଙ୍କୁ ସହଯୋଗ କରୁଛନ୍ତି । ସେହି ପରି ତାଙ୍କ ସାନ ପୁଅ ସରକାରୀ ଚାକିରିଆ ହେବା ସହ ଝିଅ ବିଏଡ କରିଛନ୍ତି ।
ମହିଳା ସଶକ୍ତିକରଣ ଖବର ଆହୁରି ପଢନ୍ତୁ