କେଉଁଠୁ ଆସିଲା AI ?
ମନୁଷ୍ୟ ଏହାର ମୁକାବିଲା କରିବାକୁ କାହିଁକି ଅସମର୍ଥ ?
ଏପରି ଅନେକ ପ୍ରଶ୍ନ ଦେଶର ସାଧାରଣ ଜନତାଙ୍କ ମନରେ ଉଙ୍କି ମାରୁଛି। ଟେକ୍ନୋଲୋଜିର ଉପଭୋକ୍ତାମାନେ ଏହାକୁ ଭିନ୍ନ ଭିନ୍ନ ଉପାୟରେ ଦେଖୁଛନ୍ତି | କେହି କେହି AI କୁ ସେମାନଙ୍କର ବନ୍ଧୁ ଭାବରେ ବିବେଚନା କରୁଛନ୍ତି ଏବଂ କେହି କେହି ଏହାକୁ ଯାନ୍ତ୍ରିକ ରାକ୍ଷସ ଭାବରେ ଦେଖୁଛନ୍ତି | ବାସ୍ତବରେ ରୋବଟ୍, ସାଇବର୍ଗ, ସୁପର ମାନବ ... ଏଗୁଡ଼ିକ ହେଉଛି ଭବିଷ୍ୟତର ଧାରଣା, ଯାହାର ମାନବ ଜୀବନରେ ହସ୍ତକ୍ଷେପ ଦ୍ରୁତ ଗତିରେ ବଢୁଥିବାର ଦେଖିବାକୁ ମିଳୁଛି। ସରଳ ଭାବରେ କହିବାକୁ ଗଲେ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ସର୍ବଶ୍ରେଷ୍ଠ ଉଦ୍ଭାବନ ହେଉଛି ଏଆଇ। ମାନବ ଜୀବନରେ ବୈପ୍ଳବିକ ପରିବର୍ତ୍ତନର ପ୍ରାରମ୍ଭିକ ସଙ୍କେତ ଦେଉଛି ଏଆଇ।
ସାଧାରଣ ଲୋକଟି ଡରୁଛି ଏହି AI ପାଇଁ ମୋ ଚାକିରି ଚାଲି ଯିବନି ତ ?
ଏବେ ପ୍ରଶ୍ନ ଉଠୁଛି ଏହି ଆଇ କଣ କାମ କରେ, ଯେଉଁଟା କି ମନୁଷ୍ୟ କରିପାରିବ ନାହିଁ
AI ଅର୍ଥାତ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍। ସହଜ ଶଦ୍ଦରେ କହିବାକୁ ଗଲେ ମେସିନ୍ ରେ ମନୁଷ୍ୟଙ୍କ ପରି ବୁଦ୍ଧି ଆଉ କ୍ଷମତା। ଯାହାକୁ କୃତ୍ରିମ ଭାବରେ ବିକଶିତ କରାଯାଇଛି। କୋଡିଂ ମାଧ୍ୟମରେ, ମଣିଷ ପରି ମେସିନରେ ବୁଦ୍ଧି, ଜ୍ଞାନ ବିକଶିତ କରାଯାଇଥାଏ। ଯାହାଦ୍ୱାରା ମଣିଷ ପରି ଶିଖିପାରିବେ, ନିଜ ନିଷ୍ପତ୍ତି ନେଇପାରିବ, ନିଜ କାର୍ଯ୍ୟ ନିଜେ କରିପାରିବ ଏବଂ ଏକାସାଙ୍ଗରେ ଅନେକ କାର୍ଯ୍ୟ କରିପାରିବ | ଗୋାଟିଏ ଅର୍ଥରେ କହିବାଗଲେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହେଉଛି ମନୁଷ୍ୟ ପରି ବୁଦ୍ଧି-ବିବେକ ଥିବା ସଫ୍ଟୱେର୍ । ଏବେ ଏଆଇର ବ୍ୟବହାର ସମସ୍ତ କ୍ଷେତ୍ରରେ ଖୁବ୍ ଜୋରରେ ବଢୁଛି। ଖାଲି ସଫ୍ଟେଓ୍ୱାର କି ଆପ୍ସ କୋଡିଂ ନୁହେଁ ବରଂ ଏହା , ଲେଖା, ଫଟୋଗ୍ରାଫି, ଫଟୋ ଏବଂ ଗ୍ରାଫିକ୍ସ ଡିଜାଇନ୍, ଏଡିଟିଂ, ମେଡିକାଲ୍, ଶିକ୍ଷା ଭଳି କାର୍ଯ୍ୟରେ ସାମିଲ ହୋଇ ସହଜ କରିଛି। ଟ୍ରାଫିକ୍ ନିୟନ୍ତ୍ରଣ, ସ୍ମାର୍ଟ କାର୍, ସ୍ୱୟଂ ଚାଳିତ କାର୍, ଭାକ୍ୟୁମ୍ କ୍ଲିନର୍, ବ୍ୟକ୍ତିଗତ ସହାୟକ ରୋବଟ୍ ଇତ୍ୟାଦି ଆକାରରେ AI ର ବ୍ୟବହାର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି | ଗତ କିଛି ମାସ ମଧ୍ୟରେ, AI ଏକ କ୍ରାନ୍ତିକାରୀ ପରିବର୍ତ୍ତନ ମାଧ୍ୟମରେ ନିଜର ସ୍ଥାନ ସୃଷ୍ଟି କରିପାରିଛି |
ଅଧିକ ଦେଖନ୍ତୁ :