ଅର୍ଗସ ବ୍ୟୁରୋ : ଚଳିତ ବର୍ଷ ଶେଷ ସୁଦ୍ଧା ଜାତୀୟ ରାଜପଥ ହେବ ଖାଲଖମା ମୁକ୍ତ। ସୁଗମ ହେବ ଯାତାୟାତ, ଦୁର୍ଘଟଣା ଉପରେ ଲାଗିବ ରୋକ୍। ସୂଚନା ଦେଇଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। କେନ୍ଦ୍ରମନ୍ତ୍ରୀଙ୍କ କହିବା କଥା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଜାତୀୟ ରାଜପଥକୁ ଖାଲଖମା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏକ ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସେ କହିଛନ୍ତି ଯେ ଏହା ସହିତ ଚଳିତ ବର୍ଷ ଶେଷ ସୁଦ୍ଧା କୌଣସି ଜାତୀୟ ରାଜପଥରେ ଖାଲ ନ ଥିବା ସୁନିଶ୍ଚିତ କରାଯାଉଛି। ସେ ଆହୁରି କହିଛନ୍ତି କି ବିଲ୍ଡ-ଅପରେଟ-ଟ୍ରାନ୍ସଫର ବା ବିଓଟି ମୋଡରେ ରାସ୍ତା ନିର୍ମାଣକୁ ପ୍ରାଥମିକତା ଦିଆଯାଉଛି।
ଅଧିକ ପଢନ୍ତୁ ଭାରତ ଖବର
ସାଧାରଣତ ପ୍ରୋକ୍ୟୋରମେଣ୍ଟ ଆଣ୍ଡ ପନଷ୍ଟକଶନ ଅଧୀନରେ ଯେକୌଣସି ରାସ୍ତା ନିର୍ମିତ ହୁଏ। ସେଗୁଡିକର ଅନେକ ରକ୍ଷଣାବେକ୍ଷଣ ଆବଶ୍ୟକ ହୁଏ। ବିଲ୍ଡ-ଅପରେଟ-ଟ୍ରାନ୍ସଫର ଅଧୀନରେ ରାସ୍ତା ନିର୍ମାଣ ବେଶ ସୁରକ୍ଷିତ ଏବଂ ଉଚ୍ଚ କ୍ଷମତା ସଂପନ୍ନ ପ୍ରକ୍ରିୟାରେ ନିର୍ମାଣ କରାଯାଇଥାଏ। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବିଓଟି ଅଧୀନରେ, ନିର୍ମିତ ରାସ୍ତାର ରକ୍ଷଣାବେକ୍ଷଣ ଖର୍ଚ୍ଚ ଆସନ୍ତା ୧୫ରୁ ୨୦ବର୍ଷ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟରଙ୍କୁ ବହନ କରିବାକୁ ପଡିଥାଏ। ଯାହା ରାସ୍ତା ନିର୍ମାଣରେ ଦୁର୍ନୀତି ରୋକିବାରେ ବେଶ ସହାୟକ ହୁଏ।